Odiapua.com

ଗଞ୍ଜେଇ ଭର୍ତ୍ତି ଅଟୋ ଜବତ ସହ ଜଣେ ଗିରଫ ଦୁଇ ପେରାର

କୋରାପୁଟ : ୧୭/୫ (ଓଡ଼ିଆ ପୁଅ/ଅଭିନାଶ ଜାନାମ)କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଓ ଲୋମତାପୁଟ ପାଣ୍ଡି ପୋଲିସର ମିଳିତ ପେଟ୍ରଲିଙ୍ଗ ସମୟରେ ଏକ ଗଞ୍ଜେଇ ଭର୍ତ୍ତି ଅଟୋ ଜବତ କରିବା ସହ ଯୁବକ ଜଣକ କୁ ଗିରଫ କରିଛି ମାଛ କୁଣ୍ଡ ଓ ଲୋମତା ପୁଟ ପୋଲିସ । ପୋଲିସର ସୂଚନା ଅନୁଯାୟୀ। ଲୋମତାପୁଟ ଅଞ୍ଚଳରୁ ଏକ ଅଟୋ ରେ ଗଞ୍ଜେଇ ଭର୍ତ୍ତି କରାଯାଇ ଚାଲାଣ ହେଉଥିବା ସୂଚନା ପାଇ ମାଛକୁଣ୍ଡ ଓ ଲୋମତାପୁଟ ମିଳିତ ଭାବେ ଆନ୍ଦ୍ର ଓଡିଶା ସୀମାନ୍ତ ସିନ୍ଧିପୁଟ ନଦୀଘାଟ ନିକଟରେ ଛଡ଼ଉ କରିଥିଲେ। ଏବଂ ସେହି ସ୍ଥାନରେ ଏକ ଗଞ୍ଜେଇ ଭର୍ତ୍ତି ଅଟୋକୁ ଜବତ କରିବା ସହ ଗଞ୍ଜେଇ ଚାଲାଣ କାରୀ ଯୁବକ ଜଣକ କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ।ଅନ୍ୟପଟେ ପୋଲିସ କୁ ଦେଖି ଘଟଣା ସ୍ଥଳରୁ ଦୁଇ ଅଭିଯୁକ୍ତ ପେରାର ହୋଇଯାଇଥିଲେ। ଜବତ ଅଟୋ କୁ ଲୋମତାପୁଟ ପାଣ୍ଡି ପରିସର ଆଣି ଜବତ ଗଞ୍ଜେଇ କୁ ଓଜନ କରାଯାଇଥିଲା। ଜବତ ଅଟୋ ମଧ୍ୟରୁ ୧୭୯ କେଜି ୯୦୦ଗ୍ରାମ ଗଞ୍ଜେଇ ରହିଥିବା ବେଳେ ଏହି ଘଟଣା ରେ ଚାଲାଣ ରେ ବ୍ୟବହୃତ ଅଟୋ କୁ ଜବତ କରିବା ସହ ଦୁର୍ଲା ଅଞ୍ଚଳର ରବିନ୍ଦ୍ର ଖିଲ ଗିରଫ କରିବା ରେ ସପଳ ମାଛକୁଣ୍ଡ ପୋଲିସ। ଅନ୍ୟପଟେ ଲୋଚମନ ଖରା ଓ ପ୍ରହ୍ଲାଦ ଖରା କୁ ତଦନ୍ତ ପରେ ଗିରଫ କରାଯିବ ବୋଲି ମାଛକୁଣ୍ଡ ଥାନା ଅଧିକାରୀ ସୂଚନା ଦେଇଛନ୍ତି।