Odiapua.com

ଗଂଜେଇ ଜବତ, ଜଣେ ଗିରଫ

କୋରାପୁଟ ୨୨-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ଦାମନଯୋଡି ପୁଲିସ୍ ଏକ ହାଇବା ଟ୍ରକ୍ ସହ ୧୦ କୁଇଂଟାଲ୍ ଗଂଜେଇ ଜବତ କରିଥିବାବେଳେ ଜଣକୁ ଗିରଫ କରିଥିବା ଏସପି ଡା.କନୱାର ବିଶାଲ୍ ସିଂହ୍ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ଦେବଗଡର ନିରଂଜନ କୁମାର ବେହେରା ବୋଲି ଜଣା ପଡିଛି। ଶୁକ୍ରବାର ସକାଳେ ଏକ ହାଇବା ଟ୍ରକ୍ ନଂ ଓଆର୍-୦୫ଏଏନ୍ ୨୬୭୫ରେ ଚୋରା ଗଂଜେଇ ଚାଲାଣ ହେଉଥିବା ସୂଚନା ମିଳିଥିଲା। ଉକ୍ତ ଟ୍ରକୁ ଅଟକାଇ ଯାଂଚ କରିବାବେଳେ ଗଂଜେଇ ମିଳିଥିଲା। ଜବତ ଗଂଜେଇର ଓଜନ ପ୍ରାୟ ୧୦ କୁଇଂଟାଲ ହୋଇଥିବାବେଳେ ଆନୁମାନିକ ବଜାର ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କରା ଯାଇଛି। ଗଂଜେଇ ଧରିବାରେ କୋରାପୁଟରେ ଅବସ୍ଥାପୀତ ସୀମା ସୁରକ୍ଷା ବଲ(ବିଏସଏଫ)ର ଭୂମିକା ଅତ୍ୟନ୍ତ ଗୁରୂତ୍ୱ ବୋଲି ଏସପି କହିଛନ୍ତି।