Odiapua.com

ଖୁସି ଖବର: ଏଣିକି ଟ୍ରେନରେ ମାଗଣାରେ ଆସିବେ ପ୍ରବାସୀ ଶ୍ରମିକ ..

ଭୁବନେଶ୍ୱର: କରୋନା ଆତଙ୍କ କାରଣରୁ ଲକ୍ ଡାଉନ୍ ଘୋଷଣା ଭିତରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ଏବେ ଟ୍ରେନ୍ ଯୋଗେ ନିଜ ରାଜ୍ୟକୁ ଫେରୁଛନ୍ତି। ତେବେ ଏଥିପାଇଁ ପ୍ରବାସୀ ଶ୍ରମିକ ମାନଙ୍କୁ ଟ୍ରେନ୍ ଭଡ଼ା ଦେବାକୁ ପଡ଼ୁଛି। ଏଥିନେଇ ଗତ କାଲି କଂଗ୍ରେସ ନେତା ଅହମ୍ମଦ ପଟେଲ ଟ୍ୱିଟ୍ କରି ସମାଲୋଚନା କରିଥିଲେ।

ତେବେ, ଏଣିକି ନିଜ ରାଜ୍ୟକୁ ଫେରିବାକୁ ପ୍ରବାସୀ ଶ୍ରମିକ ମାନଙ୍କୁ ଆଉ ନିଜ ହାତରୁ ଖର୍ଚ୍ଚ କରି ଟ୍ରେନ୍ ଟିକେଟ୍ କାଟିବାକୁ ପଡ଼ିବନି। ଏଣିକି ଏହି ଖର୍ଚ୍ଚ ସରକାର ବହନ କରିବେ। କେନ୍ଦ୍ର ସରକାର ୮୫% ଏବଂ ରାଜ୍ୟ ସରକାର ୧୫% ଖର୍ଚ୍ଚ ବହନ କରିବେ। ଏ’ନେଇ ଟ୍ୱିଟ୍ କରି ପ୍ରକାଶ କରିଛନ୍ତି ବିଜେପିର ବରିଷ୍ଠ ନେତା ସୁଭ୍ରମଣ୍ୟମ୍ ସ୍ୱାମୀ। ସୁଭ୍ରମଣ୍ୟମ୍ ସ୍ୱାମୀ ଏ’ ନେଇ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଅଫିସ ସହିତ କଥାବାର୍ତ୍ତା କରିଛନ୍ତି। ରେଳ ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ଏକ ସରକାରୀ ବିବୃତ୍ତି ମାଧ୍ୟମରେ ଏହା ସ୍ପଷ୍ଟ କରିବ ବୋଲି ଟ୍ୱିଟ୍ କରି ଜଣାଇଛନ୍ତି ସୁଭ୍ରମଣ୍ୟମ୍ ସ୍ୱାମୀ। -ଦେବଦତ୍ତ ରଥ

ମରୁମରୁ ବଞ୍ଚିଗଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ; ମୃତ ଘୋଷଣା କରିବାକୁ ପ୍ରସ୍ତୁତ ହୋଇ ସାରିଥିଲେ ଡାକ୍ତର