Odiapua.com

ଖରିଫ ଫସଲ କାର୍ଯ୍ୟଖସଡା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

କୋରାପୁଟ ୦୧-୦୮ (ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ସଦଭାବନା ସବାଗୃହଠାରେ ଖରିଫ ଫସଲ କାର୍ଯ୍ୟଖସଡା ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ଡାକ୍ତର ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୃଷି ଉପ ନିର୍ଦ୍ଦେଶକ ପ୍ରମୋଦ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୧ ଲକ୍ଷ ୯୧ ହଜାର ୧୬୧ ହେକ୍ଟର ଜମିରେ ଧାନ ଓ ଧାନଜାତୀୟ ଚାଷ କରିବା ନିମନ୍ତେ ଗୃହୀତ ହୋଇଥବା ବେଳେ ୧୮୪୦୦ ହେକ୍ଟର ତୈଳବୀଜ, କପାଓ ତନ୍ତୁଜାତୀୟ ୧୧୦୦ ହେକ୍ଟର, ମସଲା ଜାତୀୟ ୯୦୩୦ ହେକ୍ଟର, ଲେମନ ଗ୍ରାସ ୯୬୦ ହେକ୍ଟର, ପନିପରିବା ୪୬ ହଜାର ୪୨୪ ହେକ୍ଟର, ଡାଲି ଜାତୀୟ ୨୧ ହଜାର ୫୯୦ ହେକ୍ଟର, ଆଖୁ ୭୨୯୫ ହେକ୍ଟରରେ ଚାଷ କରିବାକୁ ବୈଠକରେ ଗୃହୀତ ହୋଇଥିଲା। ସମୁଦାୟ ୨ ଲକ୍ଷ ୯୬ ହଜାର ହେକ୍ଟର ଜମିରେ ଖରିଫ ପସଲ କରାଯିବା ନିମନ୍ତେ ବୈଠକରେ ଗୃହୀତ ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପଷ୍ଠଳୂ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ, ଯୋଜନା ଉପନିର୍ଦ୍ଦେଶକ ଲକ୍ଷ୍ମିଧର ବିଶ୍ୱାଲ, ଏଜିଏମ ନାବାର୍ଡ ମୁରଲୀ ମୋହନ ବେହେରା, କୋରାପୁଟ ଜିଲ୍ଲା କୃଷି ଅଧିକାରୀ ସୁବ୍ରତ କୁମାର ରଥ, ନାରାୟଣ ପାଟଣା କୃଷି ଅଧିକାରୀ ପି.ଭି.ରାଓ, ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ରମେଶ ପାତ୍ର, ଉଦ୍ୟାନ ଉପନିର୍ଦ୍ଦେଶକ ଶଙ୍କର୍ଷଣ ରାଉତ, ଆତ୍ମା ଉପପ୍ରକଳ୍ପ ନିର୍ଦ୍ଦେଶକ ଧିରେନ ସିଂ ବରିହା ପ୍ରମୁଖ ଯୋଗଦେଇଥିଲେ।