ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୧୫ ତାରିଖ ଥିଲା ଜିଲାର ଧାନ ସଂଗ୍ରହ ପାଇଁ ଚାଷୀ ପଂଜିକରଣର ଶେଷ ତାରିଖ । ଗତକାଲି ଏହି ଧାର୍ଯ୍ୟ ତାରିଖକୁ ସରକାରଙ୍କ ତରଫରୁ ୨୮ ତାରିଖକୁ ବୃଦ୍ଧି କରାଯାଇଛି । ତେବେ ଗତକାଲି ତା ୧୬.୦୮.୨୩ ରିଖ ସୁଦ୍ଧା ଜିଲାରେ ୨୦୨୩-୨୪ ଖରିଫ ପାଇଁ ୫୮୧୫୩ (୬୪.୨୪%) ଜଣ ଚାଷୀ ପଂଜିକରଣ ପାଇଁ ଆବେଦନ କରିଛନ୍ତି । ଗତବର୍ଷ ୨୦୨୨-୨୩ ରେ ୯୦୫୨୩ ଚାଷୀ ପଂଜିକରଣ କରିଥିଲେ । ଏହି ଚାଷୀ ପଂଜିକରଣ ପ୍ରକ୍ରିୟାରେ ୧୦୧ ପ୍ୟାକ୍ସ ଓ ୫୪ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ମିଶାଇ ମୋଟରେ ୧୫୫ ସଂସ୍ଥାକୁ ନିୟୋଜିତ କରାଯାଇଛି । ବାସୁଦେବପୁର ବ୍ଲକ୍ର ୨୨ଟି ପ୍ୟାକ୍ସ ୬ଟି ଡବ୍ଲ୍ୟୁଏସ୍ଏଚ୍ଜି ମୋଟ ୨୮ ଟି ସଂସ୍ଥାରେ ୨୦୨୨-୨୩ ରେ ୧୭୨୫୦ ଚାଷୀ ପଂଜିକରଣ କରିଥିବାବେଳେ ୨୦୨୩-୨୪ ରେ ୧୧୧୭୪ ଚାଷୀ ପଂଜିକରଣ ପାଇଁ ଆବେଦନ କରିଛନ୍ତି । ଭଦ୍ରକର ୧୩ଟି ପ୍ୟାକ୍ସ ୧୫ଟି ଡବ୍ଲ୍ୟୁଏସ୍ଏଚ୍ଜି ମୋଟ ୨୮ ଟି ସଂସ୍ଥାରେ ଗତ ଖରିଫରେ ୧୪୮୬୦ ଚାଷୀ ପଂଜିକରଣ କରିଥିବାବେଳେ ୨୦୨୩-୨୪ ରେ ୧୦୮୮୦ ଚାଷୀ ପଂଜିକରଣ ପାଇଁ ଆବେଦନ କରିଛନ୍ତି । ବାସୁଦେବପୁର ବ୍ଲକ୍ର ୮ଟି ପ୍ୟାକ୍ସ ୮ଟି ଡବ୍ଲ୍ୟୁଏସ୍ଏଚ୍ଜି ମୋଟ ୧୬ ଟି ସଂସ୍ଥାରେ ୨୦୨୨-୨୩ ରେ ୧୦୩୫୩ ଚାଷୀ ପଂଜିକରଣ କରିଥିବାବେଳେ ଚଳିତ ଖରିଫ ଗତକାଲି ସୁଦ୍ଧା ୮୧୭୩ ଚାଷୀ ଆବେଦନ କରିଛନ୍ତି । ବନ୍ତରେ ୧୦ଟି ପ୍ୟାକ୍ସ ୮ଟି ଡବ୍ଲ୍ୟୁଏସ୍ଏଚ୍ଜି ମୋଟ ୧୮ ଟି ସଂସ୍ଥାରେ ଗତ ଖରିଫରେ ୧୩୧୩୫ ଚାଷୀ ପଂଜିକରଣ କରିଥିବାବେଳେ ଏଥର ୮୮୬୧, ଚାନ୍ଦବାଲିରେ ୨୧ଟି ପ୍ୟାକ୍ସ ୬ଟି ଡବ୍ଲ୍ୟୁଏସ୍ଏଚ୍ଜି ମୋଟ ୨୭ ଟି ସଂସ୍ଥାରେ ଗତବର୍ଷ ୧୪୨୦୧ ଓ ଚଳିତବର୍ଷ ଗତକାଲି ସୁଦ୍ଧା ୮୫୧୦ ଚାଷୀ ପଂଜିକରଣ ପାଇଁ ଆବେଦନ କରିଛନ୍ତି । ଧାମନଗର ବ୍ଲକ୍ର ୧୨ଟି ପ୍ୟାକ୍ସ ୩ଟି ଡବ୍ଲ୍ୟୁଏସ୍ଏଚ୍ଜି ମୋଟ ୧୫ ଟି ସଂସ୍ଥାରେ ଗତ ୨୦୨୨-୨୩ ରେ ୭୦୧୭ ଚାଷୀ ପଂଜିକରଣ କରିଥିବାବେଳେ ଚଳିତବଷ ର୍ଗତକାଲି ସୁଦ୍ଧା ୩୬୬୭ ଚାଷୀ ପଂଜିକରଣ ପାଇଁ ଆବେଦନ କରିଛନ୍ତି । ସେହିପରି ତିହିଡି ବ୍ଲକ୍ରେ ୧୫ଟି ପ୍ୟାକ୍ସ ୮ଟି ଡବ୍ଲ୍ୟୁଏସ୍ଏଚ୍ଜି ମୋଟ ୨୩ ଟି ସଂସ୍ଥାରେ ୨୦୨୨-୨୩ ରେ ୧୩୭୦୭ ଚାଷୀ ପଂଜିକରଣ କରିଥିବାବେଳେ ଚଳିତବର୍ଷ ୨୦୨୩-୨୪ ଖରିଫ ପାଇଁ ଗତକାଲି ସୁଦ୍ଧା ୬୮୮୮ ଚାଷୀ ପଂଜିକରଣ ପାଇଁ ଆବେଦନ କରିଛନ୍ତି । ସୂଚନାଯୋଗ୍ୟ ଏହି ଚାଷୀ ପଂଜିକରଣ ଆବେଦନ ପ୍ରକ୍ରିୟା ଗତମାସ ୧୫ ତାରିଖରୁ ଆରମ୍ଭ ହୋଇଥିଲା ।