Odiapua.com

ଖଣି ଅଧିକାରୀ କହି ଲୁଟ ଘଟଣାର ୭ ଗିରଫ

କୋରାପୁଟ;ତା ୧୯-୧୦-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)  ନିଜକୁ ଦିଲ୍ଲୀରୁ ଆସିଥିବା ଖଣି ଅଧିକାରୀ ବୋଲି ପରିଚୟ ଦେଇ ସେମିଲିଗୁଡା  ନିକଟ ତାରା ତାରିଣୀ ଷ୍ଟୋନ   କ୍ରସର  ମାଲିକ ଠାରୁ ୨ଲକ୍ଷ ୫୦ ହଜାର ଟଙ୍କା ଠକି ନେବା ଘଟଣାରେ ପୁଲିସ୍ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ଗିରଫ ଅଭିଯୁକ୍ତମାନେ  ହେଲେ ଖୋର୍ଦ୍ଦା ଜିଲା ବାଲିଅନ୍ତା ଗ୍ରାମର ଏସ୍‌.କେ.ଫରୀଦ(୨୮),କଟକର ବନୟ ମଲିଆ(୨୮),ସୁଶାନ୍ତା ଜେନା(୨୮),ସିପ୍ରସନଜୀତ ଜେନା(୨୬),ଲୋକନାଥ ବେହେରା(୨୫),ସତ୍ୟବ୍ରତ ପତି(୨୨) ଓ ପ୍ରଫୁଲ୍ଲ  କୁମାର ଖୁଂଟିଆ(୪୨) ।  ସେମିଲିଗୁଡା ଥାନାରେ ଅନୁଷ୍ଠିତ  ସାମ୍ବାଦିକ ସମିଳନୀରେ ସୁନାବେଡା ଏସଡିପିଓ ନିରଂଜନ ବେହେରା  ସୂଚନା ଦେଇ କହିଛନ୍ତି ଯେ ଗତ ୧୫ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ୧୫ଜଣ ଯୁବକ ସେମିଲିଗୁଡା ନିକଟ ପେଟକଣା ସ୍ଥିତ   ତାରା ତାରିଣୀ ଷ୍ଟୋନ  କ୍ରସରକୁ ଯାଇଥିଲେ ।  ସେମାନେ ନିଜକୁ  ଦିଲ୍ଲୀରୁ ଆସିଥିବା ଖଣି ବିଭାଗ ଅଧିକାରୀ ବୋଲି ପରିଚୟ ଦେଇ ବିଭିନ୍ନ କାଗଜପତ୍ର ଯାଂଚ କରିବା ଆଳରେ ମାଗିଥିଲେ ଓ ସେଗୁଡିକ ଚିରି ଦେବା ସହ ଟିଭି,ଫ୍ରୀଜ୍‌,ଭାଂଗିବା ସହ ୧୯ଟି ମୋବାଇଲ ଫୋନ  ନେଇ ଯାଇଥିଲେ  । କ୍ରସରରେ ଥିବା ଦୁଇଜଣ ଡ୍ରାଇଭରଙ୍କୁ  ମୁଣ୍ଡ ଜାମୀନ ରଖି  ୧୦ ଲକ୍ଷ ଟଙ୍କା ଦେବାକୁ କ୍ରସର ମାଲିକଙ୍କୁ ଦାବି କରିଥିଲେ ।  ସେମାନଙ୍କ ଦାବି ମୂତାବକ କ୍ରସର ମାଲିକଙ୍କ ଜଣେ ଭାଇ  ପହଂଚି ୨ଲକ୍ଷ ଟଙ୍କା ଦେବା ପରେ ଅନ୍ୟ ଜଣେ କର୍ମଚାରୀ ଠାରୁ ୫୦ ହଜାର ଛଡାଇ ନେଇଥିଲେ ।  ଏଭଳି ଆତଙ୍କ ଖେଳାଇ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । କ୍ରସର ମାଲିକ ସେମିଲିଗୁଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତମାନେ ନେଇଥିବା ମୋବାଇଲ ନମ୍ବରକୁ ଟ୍ରାକ କରି  ସେମିଲିଗୁଡା ପୁଲିସ ଭବୂନେଶ୍ୱର ଖଣ୍ଡଗିରି ପୁଲିସ ସହାୟତାରେ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଗୋଟିଏ ଇନୋଭା ଓ ଏକ ସ୍କଫ୍ୟିୁ କାର ,୧୦ଟି ମୋବାଇଲ ଫୋନ ଚୋରି  ଏଲଇଡି ଟିଭି ଜବତ କରିଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶିଘ୍ର  ଗିରଫ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।