Odiapua.com

କ୍ରୁର ଶାସକ: ଯିଏ ଟ୍ୟାଙ୍କ୍ ଚଲାଇ ନିଜ ଦେଶରେ କରିଥିଲା ଛାତ୍ରହତ୍ୟା ..

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରଠାରୁ ବାମପନ୍ଥୀ (କମ୍ୟୁନିଷ୍ଟ) ସମେତ କେତେକ ବିରୋଧୀ ଦଳ ଏବଂ ସେହି ବିଚାରଧାରାର ତଥାକଥିତ ବୁଦ୍ଧିଜୀବୀ ମାନେ ତାଙ୍କୁ ଏକଛତ୍ରବାଦୀ କ୍ରୁର ଶାସକ ବୋଲି କହି ଆସୁଛନ୍ତି। ନରେନ୍ଦ୍ର ମୋଦିଙ୍କୁ ଏମାନେ ହିଟଲର୍ ଏବଂ ମୋଦୀ ବା ବିଜେପି ସରକାରକୁ ନାଜି ଶାସନ ଆଦି କେତେ କ’ଣ ଅଭିଯୋଗ ଆଣି ଅନେକ ସମୟରେ ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପଶବ୍ଦ ମଧ୍ୟ ବ୍ୟବହାର କରୁଛନ୍ତି। ମୋଦୀ ସରକାରକୁ ଗଣତନ୍ତ୍ରର ହତ୍ୟାକାରୀ କହି ଅଭିଯୋଗ କରୁଛନ୍ତି। ଭାରତରେ ଇନ୍ଟଲେରାନ୍ସ୍ (ଅସହିଷ୍ଣୁତା) ଅଛି, ଏଠି ଅଭିବ୍ୟକ୍ତି ଆଜାଦି (ବାକ୍ ସ୍ଵାଧୀନତା) ନାହିଁ ବୋଲି ଅଭିଯୋଗ କରୁଛନ୍ତି। କିନ୍ତୁ ଏମାନଙ୍କ ବିଚାରଧାରାର ଶାସିତ ଦେଶ ଉତ୍ତର କୋରିଆ ଏବଂ ଚାଇନା ପରି ଦେଶରେ କେତେ ଟଲେରାନ୍ସ୍, ଅଭିବ୍ୟକ୍ତି ଆଜାଦି ଅଛି ତାହା ସମସ୍ତେ ଜାଣନ୍ତି। ୧୯୮୯ ମସିହାରେ ଛାତ୍ର ଆନ୍ଦୋଳନକୁ ଦମନ କରିବା ପାଇଁ ବାମପନ୍ଥୀ ଚାଇନା ସରକାର ନିଜ ଦେଶର ଛାତ୍ର ମାନଙ୍କ ସହିତ ଯାହା କରିଥିଲା ତାହା ଜଘନ୍ୟ।

୧୯୮୯ର ଥିୟାନମେନ୍ ସ୍କୋୟାର ପ୍ରଦର୍ଶନ ଏବଂ ସରକାରୀ ହତ୍ୟାକାଣ୍ଡ –


୧୯୮୯ ମସିହାରେ ବେଜିଂର ତିଆନମାନ୍ ସ୍କୋୟାର୍ ଠାରେ ୧୦ ଲକ୍ଷରୁ ଅଧିକ ଛାତ୍ର ଓ ଶ୍ରମିକ ଏକତ୍ରିତ ହୋଇଥିଲେ। ଗଣତନ୍ତ୍ରର ସମର୍ଥନରେ ଏବଂ ବାମପନ୍ଥୀ ଏକଛତ୍ରବାଦୀ ଶାସନକୁ ସମାପ୍ତ କରିବାକୁ ସେମାନେ ସେଠାରେ ପ୍ରଦର୍ଶନ କରୁଥିଲେ। କିନ୍ତୁ ଜୁନ୍ ୩ ରୁ ୪ ମଧ୍ୟରେ ଚୀନ୍‌ର ବାମପନ୍ଥୀ ସରକାର ଉପସ୍ଥିତ ଲୋକଙ୍କ ଉପରକୁ ଗୁଳି ଚଳାଇ ହଜାର ହଜାର ନୀରସ୍ତ୍ର ଲୋକଙ୍କୁ ହତ୍ୟା କରିଥିଲା। ପ୍ରଦର୍ଶନକୁ ଦମନ କରିବା ପାଇଁ ସେଠାରେ ବାମପନ୍ଥୀ ସରକାର ଟ୍ୟାଙ୍କ୍ ଏବଂ ସୈନ୍ୟଶକ୍ତିର ବ୍ୟବହାର କରିଥିଲା। ଚାଇନାର କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ସାଧାରଣ ସମ୍ପାଦକ ତଥା ଉଦାରବାଦୀ, ସଂସ୍କାରବାଦୀ ନେତା ହୁ ୟାୟୋବାଙ୍ଗଙ୍କ ହତ୍ୟା ପରେ ଏପ୍ରିଲ ୧୯୮୯ ମସିହାରେ ଏହି ବିରୋଧ ଆରମ୍ଭ ହୋଇଥିଲା। ହୁ ୟାୟୋବାଙ୍ଗ ଚୀନର ରୄଢ଼ିବାଦ ସରକାରଙ୍କ ଅର୍ଥନୈତିକ ଏବଂ ରାଜନୈତିକ ନୀତିକୁ ବିରୋଧ କରୁଥିଲେ। -ଦେବଦତ୍ତ ରଥ

କରୋନା ପାଇଁ ଅପବାଦ ପରେ, ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ୍ ..