ଭୁବନେଶ୍ଵର,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ନିର୍ବାଚନ ସରିବାର ଦୀର୍ଘ ମାସ ପରେ ବି ଏ ପର୍ଯ୍ୟନ୍ତ ପୂର୍ବତନ ବିଧାୟକମାନେ ସରକାରୀ କ୍ୱାର୍ଟର୍ସ ଛାଡ଼ୁ ନାହାନ୍ତି । ସେଥିପାଇଁ କ୍ୱାର୍ଟର୍ସ ଛାଡ଼ୁ ନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଗିଦ୍ କରିଛନ୍ତି ଆଉ ଆସନ୍ତା ୩ ଦିନ ମଧ୍ୟରେ କ୍ଵାର୍ଟର୍ସ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ମାଣ ହେବାକୁ ଥିବା ବହୁତଳ ପ୍ରାସାଦ ଲାଗି ଖାଲି କରିବାକୁ ପଡ଼ିବ କ୍ୱାର୍ଟର୍ସ । ସାମୟିକ ଭାବେ ବର୍ତ୍ତମାନର ବିଧାୟକଙ୍କୁ ଅନ୍ୟତ୍ର ଥଇଥାନ କରାଯିବ ।