Odiapua.com

କୋରାପୁଟ ହାଇସ୍କୁଲଠାରେ ଏନସିସି ଦିବସ ପାଳିତ

କୋରାପୁଟ ; ତା୨୫-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ହାଇସ୍କୁଲଠାରେ ଏନସିସି ଦିବସ ପାଳିତ ହୋଇଯାଇଛି ।ହାଇସ୍କୁଲର ପ୍ରଧାନଶିକ୍ଷକ ବିକାଶ ଚନ୍ଦ୍ର ସରକାର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏନସିସି ପତାକା ଉତୋଲନ କରିବା ସହ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ ।ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ଏନସିସି ସେକେଣ୍ଡ ଅଫିସର ଶିଶିର ପାତ୍ର ଯୋଗଦେଇ ପରିଚାଳନା କରିଥିଲେ ।