Odiapua.com

କୋରାପୁଟ ହସପିଟାଲରେ ୨ ଡେଙ୍ଗୁ ରୋଗୀ: ଏଲିଶା ମେସିନର ରିଡର ଓ ୱାସର କାମ କରୁ ନାହିଁ ; ରକ୍ତ ବେସରକାରୀ କ୍ଲିନିକରେ ପରୀକ୍ଷା କରାଗଲା

କୋରାପୁଟ ; ତା୧୮-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ୨ ଜଣ ଡେଙ୍ଗୁ ରୋଗୀ ଭର୍ତି ହୋଇଥିବା ଜଣାପଡିଛି।କଳାହାଣ୍ଡି ଜିଲ୍ଲା ଲଡୁଗାଁର ଲକ୍ଷ୍ମିଧର ପଣ୍ଡାଙ୍କ ସ୍ତ୍ରୀ ପି .ପଣ୍ଡା ଓ କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ନଳଚୁଆଁର ଡି .ବାଘଙ୍କ ସ୍ତ୍ରୀ ଫୁଲବତୀ ବାଘ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଭର୍ତି ହୋଇଥିବା ଜଣାପଡିଛି।ଲଡୁଗାଁରେ ପ୍ରଭାତିଙ୍କୁ ଜ୍ୱର ହେବାରୁ ରକ୍ତ ପରୀକ୍ଷା କରାଯାଇଥିଲା ଓ ମ୍ୟାଲେରିଆ ବାହାରିଥିଲା କିନ୍ତୁ ଜ୍ୱର ନ କମିବାରୁ ଡେଙ୍ଗୁ ପରୀକ୍ଷା କରାଯାଇଥିଲା।ଡେଙ୍ଗୁ ପଜିଟିଭ ବାହାରିବାରୁ ନବରଙ୍ଗପୁର ଡାକ୍ତରଖାନାକୁ ସ୍ଥନାନ୍ତର କରାଯାଇଥିଲା।ନବରଙ୍ଗପୁରରୁ ଆଜି କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର କଟକ ସ୍ଥାନାନ୍ତରିତ କରିବାକୁ ପରାମର୍ସ ଦେଇଥିବା ଜଣାପଡିଛି।

କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ନଳଚୁଆଁର ଡି .ବାଘଙ୍କ ସ୍ତ୍ରୀ ଫୁଲବତୀ ବାଘଙ୍କୁ ଜ୍ୱର ନ କମିବାରୁ କୋରାପୁଟ ଡାକ୍ତରଖାନା ଆଣିଥିଲେ।କୋରାପୁଟରେ ଡେଙ୍ଗୁ ପରୀକ୍ଷା କରିବା ପାଇଁ ଡାକ୍ତର ପରାମର୍ଶ ଦେବାପରେ କୋରାପୁଟ ରୋଗ ନିରୂପଣ କେନ୍ଦ୍ରକୁ ପରିବାରବର୍ଗ ରକ୍ତ ନମୁନା ନେଇ ଯାଇଥିଲେ।ସେଠାରେ ଥିବା କର୍ତୂପକ୍ଷ ଏଲିଶା ମେସିନର ରିଡର ଓ ଓାସର କାମ କରୁ ନ ଥିବା ଲେଖିକରି ଦେବାପରେ ପରିବାରବର୍ଗ ବେସରକାରୀ ସନ କ୍ଲିନିକରେ ରକ୍ତ ପରୀକ୍ଷା କରିଥିଲେ ଓ ଡେଙ୍ଗୁ ଏନଏସ-୧ ଥିବା ବାହାରିଥିଲା।

ମେସିନ କେବେଠାରୁ କାମ କରୁ ନାହିଁ ଏ ସଂପର୍କରେ ଉଚ୍ଚ କର୍ତୁପକ୍ଷ ଜାଣିଛନ୍ତି କି ନାହିଁ ତାହା ଏବେ ସନ୍ଦେହରେ ରହିଯାଇଛି।କୋରାପୁଟ ସଦର ମହକୁମା ଡାକ୍ତରକାନାର ଅଧିକ୍ଷକ ଡାକ୍ତର କାଳି ପ୍ରସାଦ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏନଏସ-୧ କିଟ କେନ୍ଦ୍ରୀୟ ଗୋଦାମରେ ମହଜୁଦ ଥିବା ସତ୍ୱେ କାହିଁକି ରକ୍ତ ପରୀକ୍ଷା କରାଗଲା ନାହିଁ।ଏ ଅସୁବିଧା ପାଇଁ କିଏ ଦାୟୀ ତାହା ତଦନ୍ତର ଆବଶ୍ୟକତା ରହିଛି ବୋଲି ଦାବି ହେଉଛି।