Odiapua.com

କୋରାପୁଟ ହସପିଟାଲରେ ଗରୀବ ବ୍ୟକ୍ତିଙ୍କୁ ମାଗଣାରେ ଶବବୁହା ଗାଡି କିଏ ଦେବ ; କଲେଜ ନା ସଦର ମହକୁମା ଡାକ୍ତରଖାନା କର୍ତୂପକ୍ଷ ?

କୋରାପୁଟ ; ତା୩୦-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଗରୀବ ବ୍ୟକ୍ତିଟିଏ ସଂପର୍କିୟର ମୃତଦେହଟିକୁ ହସପିଟାଲରୁ ନେବାକୁ ହେଲେ କାହାକୁ ଗୁହାରୀ କରିବ ଏହାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି ।କୋରାପୁଟ ସଦର ମହକୁମା ଡାକ୍ତରଖାନା ଥିବା ବେଳେ ମାଗଣାରେ ଆମ୍ବୁଲାନ୍ସ ପ୍ରଦାନ ନିମନ୍ତେ ହସପିଟାଲ ମ୍ୟାନେଜରଙ୍କୁ କହିବା ପରେ ଏଡିଏମଓ ମାଗଣାରେ ପ୍ରଦାନ କରିବାକୁ ଅନୁମତି ଦେଉଥିଲେ ।କିନ୍ତୁ ସଦର ମହକୁମା ଡାକ୍ତରଖାନା ଜୟପୁରକୁ ସ୍ଥାନାନ୍ତରିତ ହେବା ପରେ ସଦର ମହକୁମା ଡାକ୍ତରଖାନାର ଏଡିଏମଓ ତଥା ଅଧିକ୍ଷକ ଜୟପୁରକୁ ଚାଲିଯାଇଛନ୍ତି ।କିନ୍ତୁ ଏଠାରେ ଥିବା ଆମ୍ବୁଲାନ୍ସର ପରିଚାଳନା ଏଡିଏମଓ ବୁଝୁଥିବା ଜଣାପଡିଛି । କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ବଡଚିନ୍ଦ୍ରୀ ଗ୍ରାମର ଡମୁ ପରଜା ଆଜି ଅପାରହ୍ନରେ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଚିକିସôାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।ଡମ୍ବୁର ପରିବାରର କହିଲେ ସ୍ତ୍ରୀ ଓ ଏକ ଛୋଟ ଭଉଣୀ ଯମୁନା ପରଜା ହସପିଟାଲରେ ଉପସ୍ଥିତ ଥିଲେ ।ସେମାନେ ଅତି ଗରୀବ ହୋଇଥିବାରୁ କିପରି ମୃତଦେହ ଗ୍ରାମକୁ ନେବେ ବୋଲି ଚିନ୍ତାରେ ବସିଥିବା ବେଳେ କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର ଓ କେତେଜଣ ସାମ୍ବାଦିକ କଲେଜର ମ୍ୟାନେଜର ଦେବବ୍ରତ ସାହୁଙ୍କୁ ଭେଟି ମାଗଣାରେ ଗାଡି ଯୋଗାଇଦେବାକୁ କହିଥିଲେ କିନ୍ତୁ ମ୍ୟାନେଜର ସରକାରୀଭାବରେ ହେବ ନାହିଁ ବୋଲି ପ୍ରକାଶ କରିଥିଲେ ।ଉକ୍ତ ଗାଡିକଥା ସଦର ମହକୁମା ଡାକ୍ତରଖାନା କର୍ତୂପକ୍ଷ ବୁଝୁଥିବା ସେ ସୂଚନା ଦେଇଥିଲେ ।ସଦର ମହକୁମା ଡାକ୍ତରଖାନାର ଅଧିକ୍ଷକ ଡାକ୍ତର କାଳି ପ୍ରସାଦ ବେହେରାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ କାହିଁକି ହେବନି ସେମାନେ ହିଁ ବିପିଏଲ କାର୍ଡ ଦେଖି ବନେ୍ଦାବସ୍ତ କରିପାରିବେ ବୋଲି ପ୍ରକାଶ କରିଥିଲେ ।ତାର କିଛି ସମୟରେ ମାଗଣାରେ ମୃତଦେହ ସରକାରୀ ଗାଡିରେ ବଡଚିନ୍ଦ୍ରୀ ଯାଇଥିଲା ।ପରିବାରର କେହି ନ ଥିବାରୁ ଗ୍ରାମରୁ ଆସିଥିବା ପଡୋଶୀ ମହିଳାମାନେ ହସପିଟାଲ ଅନ୍ତଃବିଭାଗ ଶର୍ଯ୍ୟାରୁ ମୃତଦେହ ଉଠାଇଥିବା ନଜର କରାଯାଇଥିଲା ।ବ୍ୟବସ୍ଥାକୁ ସରଳୀକରଣ କରିବାକୁ ସାଧାରଣରେ ଦାବି ହେଉଛି ।