Odiapua.com

କୋରାପୁଟ ସ୍ୱାମୀ ବିବେକାନନ୍ଦ ବନଭାରତୀ ବିଦ୍ୟାପୀଠର ଟପ୍ପର ହେଲେ ଚିନ୍ମୟ ସାହୁ

କୋରାପୁଟ ୦୩-୦୮(ଓଡିଆ ପୁଅ /ରଂଜନ ଦାସ)କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି ।କୋରାପୁଟସ୍ଥିତ ସ୍ୱାମୀ  ବିବେକାନନ୍ଦ ବନଭାରତୀ ବିଦ୍ୟାପୀଠର ୬୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଶତ ପ୍ରତିଶତ ପାସ କରିଥିବା ଅଧ୍ୟକ୍ଷା ଅତସୀ ସାହୁ ସୂଚନା ଦେଇଛନ୍ତି ।ଚିନ୍ମୟ ସାହୁ ୯୭.୮ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିବା ବେଳେ ଏମ.ହର୍ଷିତା, ଯୋତିଶ ରଂଜନ  ନାୟକ,ସୈାମ୍ୟ ସୁଧାଂଶୁ ସାହୁ, ଆୟୁଷ ଦାସ ୯୫ ପ୍ରତିଶତ ନମ୍ବର ରଖିଥିବା ସେ ପ୍ରକାଶ କରିଛନ୍ତି ।୪୪ ଜଣ ପ୍ରଥମ ଶ୍ରେଣୀ ,୧୧ ଜଣ ଦ୍ୱିତୀୟ ଶ୍ରେଣୀ ଓ ୧୦ ଜଣ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ସେ ପ୍ରକାଶ କରିଛନ୍ତି ।ସମାଜସେବୀ ମାର୍କଣ୍ଡ ସାହୁ ଓ ଝରଣା ସାହୁଙ୍କ ଚିନ୍ମୟ ସାହୁ ବିଦ୍ୟାପୀଠର ଟପ୍ପର ହୋଇଥିବାରୁ ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ,ଅଧ୍ୟକ୍ଷା ତଥା ପରିଚାଳନା କମିଟି ଶୁଭେଛା ଜଣେଇଛନ୍ତି ।ଭବିଷ୍ୟତରେ ଜଣେ ଆଇଆଇଟି ମେକାନିକାଲ ଇଂଜିନିୟର ହେବେ ବୋଲି ଚିନ୍ମୟ ନିଜ ପ୍ରକାଶ କରିଛନ୍ତି ।ଏହି ସଫଳତା ପାଇଁ ସେ ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ,ମଉସା ,ମାଉସୀ ତଥା ସହପୀଠ ବନ୍ଧୁମାନଙ୍କ ସେ ଶବଙ୍କୟ ଶ୍ରୀୟ ପ୍ରଦାନ କରିଛନ୍ତି ।