Odiapua.com

କୋରାପୁଟ ସ୍ୱର୍ଗଦ୍ୱାରର ପାଣି ସମସ୍ୟା ସମାଧାନ କରାଯିବ

କୋରାପୁଟ ୦୩-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସ୍ୱର୍ଗଦ୍ୱାରରେ ରହିଥିବା ପାଣି ସମସ୍ୟା ସମାଧାନ କରାଯିବ ବୋଲି ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର ପ୍ରକାଶ କରିଛନ୍ତି ।କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି ,ବରିଷ୍ଠ ନାଗରିକ ଭବାନୀ ଅଚାର୍ଯ୍ୟ ,ତ୍ରୀନାଥ ଗୁରୁ ,ଲକ୍ଷ୍ମି ପାଣିଗ୍ରାହୀ ପ୍ରମୁଖ ସ୍ୱର୍ଗଦ୍ୱାରରେ ରହିଥିବା ସମସ୍ୟା ଉପରେ ନିର୍ବାହୀ ଅଧିକାରୀ ଶ୍ରୀ ଜମାଦାରଙ୍କ ସହ ଆଲୋଚନା କରିଥିଲେ ।ସ୍ୱର୍ଗଦ୍ୱାରର ଉନ୍ନତିକରଣ କାମ ଚାଲିଛି ଶେଷ ହେବା ମଧ୍ୟରେ ଆଲୋକିକରଣ ,ଜଳ ଯୋଗାଣ ଓ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଜମାଦାର ସୂଚନା ଦେଇଛନ୍ତି ।