Odiapua.com

କୋରାପୁଟ ସୁପରମାର୍କେଟ କମ୍ପ୍ଲେକ୍ସରେ ଲଟେରୀମାଧ୍ୟମରେ ୮ ଜଣଙ୍କୁ ଷ୍ଟଲ ପ୍ରଦାନ

କୋରାପୁଟ ; ତା୦୬-୦୯-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ସୁପରମାର୍କେଟ କମ୍ପ୍ଲେକ୍ସରେ ଲଟେରୀମାଧ୍ୟମରେ ୮ ଜଣ ପଥ ବିକାଳୀଙ୍କୁ ଷ୍ଟଲ ପ୍ରଦାନ କରାଯାଇଥିବା ଜଣାପଡିଛି ।କୋରାପୁଟ ମ୍ୟୁନସିପାଲଟିର ପ୍ରଶାସକ ତଥା ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଉପସ୍ଥିତିରେ ମ୍ୟୁନସିଲିପାଟି ସଭାଗୃହଠାରେ ଲଟେରୀ ଉଠାଯାଇଥିଲା । ଶର୍ମା ପ୍ରସାଦ ,ନାରାୟଣ ଚନ୍ଦ୍ର ବେହୁରିଆ ,ଶ୍ରୀନିବାସ ଗୁରୁ ,ଏ.ହୁସେନ ,ଇ.ଦିନବନ୍ଧୁ ,ଗୈାତମ ରାଧୋଡ , ସୁଦାମ ପ୍ରସାଦ, ଅନନ୍ତ ପାଣିଗ୍ରାହୀ ପ୍ରମୁଖ ୮ ଜଣଙ୍କ ନାମ ଲଟେରୀ ଉଠାଣ ବେଳେ ବାହାରିଥିଲା ।କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ମହେଶ୍ୱର ଚନ୍ଦ୍ର ନାୟକ ,ସହକାରୀ ନିର୍ବାହୀ ଯନ୍ତ୍ରୀ ରମେଶ କୁମାରେ ମହାରଣା , ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ଉପସ୍ଥିତ ଥିଲେ ।ସୁରକ୍ଷା ନିମନ୍ତେ ପୋଲିସ ଫୋର୍ସ ମୃତୟନ କରାଯାଇଥିବା ବେଳେ ମାଜିଷ୍ଟ୍ରେଟ ଭାବେ ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ ଉପସ୍ଥିତଥିଲେ ।
କୋରାପୁଟ ବିଜ୍ଞାପିତ ଅଂଚଳ ପରିଷଦର ଅତିଥିଭବନକୁ ଭାଙ୍ଗି ସୁପରମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା ।ଅତିଥିଭବନର ୨ ପାଶର୍୍ରେ ଷ୍ଟଲରେ ରହିଥିବା ୧୬ ଜଣ ବ୍ୟବସାୟୀମାନଙ୍କୁ ନିର୍ମାଣ ପରେ ଷ୍ଟଲ ପ୍ରଦାନ ଯଦି କରାଯିବ ତେବେ ସେମାନେ ଚୁକ୍ତିନାମାରେ ସ୍ୱାକ୍ଷର କରିବେ ବୋଲି ବ୍ୟବସାୟୀମାନେ ପ୍ରକାଶ କରିଥିଲେ ।କୋରାପୁଟ ମ୍ୟୁନସିପାଲଟି କର୍ତୂପକ୍ଷ ରାଜିହେବାପରେ ବ୍ୟବସାୟୀମାନେ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ ।ସୁପରମାର୍କେଟ କମ୍ପ୍ଲେକ୍ସରେ କର୍ତୂପକ୍ଷ ୨୪ ଟି ଷ୍ଟଲ ନିର୍ମାଣ କରିଥିଲେ ।ସେତେବେଳର ଅତିଥିଭବନ ସମ୍ମୁଖରେ ୧୬ ଜଣ ପଥ ବିକାଳୀମାନେ ରହିଥିଲେ ଏବଂ ସେମାନଙ୍କୁ ଷ୍ଟଲ ପ୍ରଦାନ କରିବାକୁ ଦାବି କରିଥିଲେ ।ଏହାପରେ ପଥବିକାଳି ମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।ହାଇକୋର୍ଟଙ୍କ ନିଦେ୍ର୍ଦଶାନୁସାରେ ଆଜି ୧୬ ଜଣ ପଥବିକାଳୀଙ୍କୁ ଡାକି ମ୍ୟୁନସିପାଲଟି କାର୍ଯ୍ୟାଳୟ ସଭାଗୃହଠାରେ ଲଟେରୀ ଉଠାଣ କରାଯାଇଥିଲା ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ପଟନାୟକ ପ୍ରକାଶ କରିଥିଲେ ।ବାକି ରହିଯାଇଥିବା ୮ ଜଣଙ୍କୁ ଥଇତାନ କରିବା ନିମନ୍ତେ ଏକ କମିଟି ଗଠନ କରାଯିବ ବୋଲି ସେ ସୂଚନା ଦେଇଥିଲେ । ଲଟେରୀ ଦ୍ୱାରା ପାଇଥିବା ୮ ଜଣ ପଥବିକାଳୀଙ୍କୁ ଖୁବ ଶୀଘ୍ର ଷ୍ଟଲ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।କମ୍ପ୍ଲେକ୍ସରେ ରହିଥିବା ପାର୍କିଂ ବ୍ୟବସ୍ଥାକୁ ତୁରନ୍ତ ସଜାଡଯିବ ବୋଲି ସେ ସୂଚନା ଦେଇଥିଲେ ।ଦୀର୍ଘ ବର୍ଷର ଅପେକ୍ଷାପରେ ଷ୍ଟଲ ମିଳିଥିବାରୁ ଆମ୍ଭେମାନେ ବହୁତ ଖୁସି ଅଛୁ ବୋଲି ଗୈାତମ ରାଧୋଡଙ୍କ ପୁତ୍ର କମଳ ରାଧୋଡ ପ୍ରକାଶ କରିଥିଲେ ।