Odiapua.com

କୋରାପୁଟ ସିନିୟର ଫ୍ରେଣ୍ଡସ ତରଫରୁ ବୃଦ୍ଧ /ବୃଦ୍ଧାମାନଙ୍କୁ ଶୀତବସ୍ତ୍ର ପ୍ରଦାନ

କୋରାପୁଟ ;ତା୨୨-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଖ୍ରୀଷ୍ଟମାସ ପାଳନ ଅବସରରେ କୋରାପୁଟ ସିନିୟର ଫ୍ରେଣ୍ଡସ ତରଫରୁ ବୃଦ୍ଧ/ବୃଦ୍ଧାମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।ସିନିୟର ଫ୍ରେଣ୍ଡସର ସଭାପତି ମନୋଜ ଖୋସଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ସିନିୟର ଫ୍ରେଣ୍ଡସର ଶୀତଦିନରେ ବସ୍ତ୍ର ପ୍ରଦାନ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ।ଏହି ଅବସରରେ ପାଷ୍ଟର ଲାଲୁ ତୁଷାର ପାଣି ,ରବିନ୍ଦ୍ର ଚେଟ୍ଟି ଓ ବିରଂଚି ଖୋସଲା , କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି ,ଜେଇଏଲସି କୋଷାଧ୍ୟକ୍ଷ ବାବୁଲା ବେନିଆ ,ଜେଇଏଲସି ସଂପାଦକ ମନୋଜ ହିଆଲ ,ସିନିୟର ଫ୍ରେଣ୍ଡସର ଉପସଭାପତି ଜୟନ୍ତ କଚିନ , ସଂପାଦକ ବିଜୟ ମହାନନ୍ଦିଆ , କୋଷାଧ୍ୟକ୍ଷ ସଂଜିତ କ୍ଷେତ୍ରୀୟ ପ୍ରମୁଖ ଯୋଗଦେଇ ୧୦୦ ଜଣ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିଥିଲେ ବୋଲି ଜଣାପଡିଛି ।