Odiapua.com

କୋରାପୁଟ ସାଂସ୍କୃତିକ ପରିଷଦ ମଂଚରେ ନାଟକ ଆମ ଘର ପରିବେଷିତ

କୋରାପୁଟ ୦୨-୦୧ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସାଂସ୍କୃତିକ ପରିଷଦର ମଂଚରେ ବହୁତ ଦିନ ପରେ ଏକ ନାଟକ ପରିବେଷିତ କରାଯାଇଥିଲା।ନାଟ୍ୟଚେତନା ଦ୍ୱାରା କରୋନା ଉପରେ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା।ଏହାକୁ ସୁବୋଧ କୁମାର ପଟନାୟକ ନିର୍ଦ୍ଦେଶନା ଦେଇଥିଲେ।କୋରାପୁଟ ଜିଲ୍ଲପାଳ ମଧୁସୂଦନ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ଶିକ୍ଷାବିତ ଉମାକାନ୍ତ ଦାସ ଓ ନାରାୟଣ ପଣ୍ଡା, ପରିଷଦର ସଭାପତି ଶିବ ପ୍ରସାଦ ରଥ ଉପସ୍ଥିତ ଥିଲେ।