Odiapua.com

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲର ଡାୟାଲିସିସ କେନ୍ଦ୍ରରେ ରୋଗୀମାନଙ୍କୁ ନିୟମିତ ସେବା ଯୋଗାଇଦିଆଯାଉଛି

କୋରାପୁଟ ; ତା୧୦-୦୭-୧୯(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପିପିପି ମୋଡରେ ସ୍ଥାପନ କରାଯାଇଥିବା ଡାୟାଲିସିସି କେନ୍ଦ୍ରରେ ରୋଗୀମାନଙ୍କୁ ନିୟମିତ ସେବା ଯୋଗାଇ ଦିଆଯାଉଥିବା ଭେଷଜ ମୁଖ୍ୟ ଡାକ୍ତର ଜୟନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି ।ପ୍ରତ୍ୟେକ ଦିନ ୧୪ ଜଣ ରୋଗୀ ସେବା ପାଉଥିବା ସେ ପ୍ରକାଶ କରିଥିଲେ ।ରାହି କେୟାର ସଂସ୍ଥା ତରଫରୁ କେନ୍ଦ୍ରରେ ନୂତନ ଭାବେ ଡାକ୍ତର ଧନେଶ୍ୱର ସାହୁ ନିଯୁକ୍ତ ହୋଇଥିବା ଜଣାପଡିଛି ।ହେପାଟାଇଟିସ ରୋଗରେ ପୀଡିତ ରୋଗୀ ଡାୟାଲିସିସ କରିବା ନିମନ୍ତେ ରାୟଗଡା କେନ୍ଦ୍ର ଉପରେ ନିର୍ଭର କରୁଥିଲେ କିନ୍ତୁ ବର୍ତମାନ କୋରାପୁଟ କେନ୍ଦ୍ରରେ ଏକ ସ୍ୱତନ୍ତ୍ର ବେଡ କରାଯାଇଥିବା ଡାକ୍ତର ସାହୁ ସୂଚନା ଦେଇଥିଲେ ।ହେପାଟାଇଟିସ ରୋଗରେ ପୀଡିତ ଥିଲେ ମଧ୍ୟ କୋରାପୁଟ କେନ୍ଦ୍ରରେ ରୋଗୀ ସେବା ପାଇପାରିବେ ବୋଲି ସେ ପ୍ରକାଶ କରିଥିଲେ ।