Odiapua.com

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ରକ୍ତଦାନ ଶିବିର; ୯୫ ୟୁନିଟ ରକ୍ତ ସଂଗ୍ରହ

କୋରାପୁଟ ୨୯-୦୩ (ଓଡିଆ ପୁଅ /ରଂଜନ କୁମାର ଦାସ)ସହୀଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ଅବସରରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି। କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଅଧ୍ୟକ୍ଷ ଡାକ୍ତର କୃଷ୍ଣଚନ୍ଦ୍ର ବିଶ୍ୱାଲ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଅଧିକ୍ଷକ ଡାକ୍ତର ହରେକୃଷ୍ଣ ଦଳେଇ, ପୂର୍ବତନ ଅଧିକ୍ଷକ ଡାକ୍ତର କ୍ଷେତ୍ରବାସୀ ସୁବୁଦ୍ଧି, ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ଜଗଦାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଭେଷଜ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ରକ୍ତଦାନ ଶିବିରରେ କଲେଜ ଛାତ୍ରଛାତ୍ରୀ ଓ ଡାକ୍ତରମାନେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ।ସମୁଦାୟ ୯୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ବୋଲି ଜଣାପଡିଛି।ବ୍ଲଡ ବ୍ୟାଙ୍କର ଅଧିକାରୀ ଡାକ୍ତର ଏମ.ବଳିୟାର ସିଂ ଓ ଡାକ୍ତର ରତିକାନ୍ତ ଖଟୁଆ ଯୋଗଦେଇ ପରିଚାଳନା କରିଥିବା ବେଳେ କଲେଜ ଛାତ୍ର ସଂଘ ସଭାପତି ସହୀତ ମହାନ୍ତି ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।