Odiapua.com

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ରକ୍ତ ଉପାଦାନ ପୃଥକ ୟୁନିଟ ଉଦଘାଟିତ

କୋରାପୁଟ ୦୨-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ରକ୍ତ ଉପାଦାନ ପୃଥକ ୟୁନିଟ ଉଦଘାଟିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।କଲେଜ ଡିନ ପ୍ରଫେସର ଡାକ୍ତର କୃଷ୍ଣଚନ୍ଦ୍ର ବିଶ୍ୱାଲ , ହସପିଟାଲ ଅଧିକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର,ଶିଶୁ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅରକ୍ଷିତ ସ୍ୱାଇଁ ,ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ବଳିୟାର ସିଂ ଓ ଡାକ୍ତର ଏଫ.ମୁଣ୍ଡା , ହସପିଟାଲ ମ୍ୟାନେଜର ଅଭିରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ରକ୍ତ ଉପାଦାନ ପୃଥକ ୟୁନିଟ ଉଦଘାଟନ ପରେ ଭି.ଗଙ୍ଗାଧର ପ୍ରଥମ ରକ୍ତଦାନ କରିଥିଲେ ।ଜଣେ ରକ୍ତଦାତା ରକ୍ତଦାନ କଲେ ୩ଜଣ ରୋଗୀଙ୍କ ଚିକିତ୍ସା କରାଯାଇପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।ଏହାଦ୍ୱାରା ଅବିଭିକ୍ତ କୋରାପୁଟ ଜିଲ୍ଲାର ରୋଗୀମାନେ ଉପକୃତ ହୋଇପାରିବେ ବୋଲି ସେ ସୂଚନା ଦେଇଛନ୍ତି ।ଏହି ୟୁନିଟ କାର୍ଯ୍ୟକ୍ଷମ ହୋଇଥିବାରୁ ରୋଗୀମାନଙ୍କୁ ଆଉ ବାହାରକୁ ଯିବାକୁ ପଡିବ ନାହିଁ ବୋଲି ହସପିଟାଲ ଅଧିକ୍ଷକ ଡାକ୍ତର ମହାପାତ୍ର ସୂଚନା ଦେଇଛନ୍ତି ।ରକ୍ତଦାନ ପରେ ପ୍ଲେଟଲେଟ ,ପ୍ଲାଜମା ଓ ପ୍ୟାକ  ଆରବିସି ପୃଥକ ଭାବେ ରହିବ ଯଦ୍ୱାରା  ଡେଙ୍ଗୁ ,କ୍ୟାନସର ,ରକ୍ତତ୍ସାବ ଓ ରକ୍ତହୀନତା ଗୁରୁତର ଅସୁସ୍ଥ ରୋଗୀଙ୍କ ଜୀବନରକ୍ଷାକାରୀ ଚିକିତ୍ସା ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି ।ରକ୍ତଦାନ କରିବାକୁ ଆଗେଇ ଆସିବାକୁ ଭି. ଭି.ଗଙ୍ଗାଧର ନିବେଦନ କରିଛନ୍ତି । ଟେକ୍ନିସିଆନ ସୁପରଭାଇଜର ଏଲ.କେ.ଗାଇନ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।
କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଅବିଭକ୍ତ କୋରାପୁଟ ଜିଲ୍ଲାର ରୋଗୀଙ୍କୁ  ଉକୃଷ୍ଟ ରୋଗୀ ସେବା ଯୋଗାଇବା ସହ ଡାକ୍ତରୀ ଶିକ୍ଷା ଓ ଛାତ୍ରଛାତ୍ରୀମାନଙ୍କ ତାଲିମ ପାଇଁ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଉଥିବା ହସପିଟାଲ ଅଧିକ୍ଷକ ଡାକ୍ତର ମହାପାତ୍ର ପ୍ରକାଶ କରିଛନ୍ତି ।୬୫୦ ଶଯ୍ୟା ବିଶିଷ୍ଟ ନୂତନ ଅଧ୍ୟାପନା ହସପିଟାଲ ଓ ୫୦ ଶଯ୍ୟା ବିଶିଷ୍ଟ କର୍କଟ ଡାକ୍ତରଖାନାର କାର୍ଯ୍ୟ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି ।ସିକଲ ସେଲ ଓ ଥାଲାସେମିଆ ରୋଗ ନିରୂପଣ ନିମନ୍ତେ ଉଚ୍ଚ କ୍ଷମତା ସଂପୂର୍ଣ୍ଣ ତରଳ କ୍ରୋମାଟୋଗ୍ରାଫି ମେସିନ ସ୍ଥାପନ କରାଯାଇଥିବା  ସ୍ଥାପନ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।ପିଏସଏ ଓ ଏଲଏମଓ ଏକ ମାସ ମଦ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ସେ ସୂଚନା ଦେଇଛନ୍ତି ।କୋଭିଡ ହସପିଟାଲରେ ଆଇସିୟୁ ସଂଖ୍ୟା ୫ରୁ ୧୯କୁ ବୃଦ୍ଧି କରାଯାଇଛି ।ରାଜ୍ୟ ସରକାରଙ୍କଠାରୁ ୨ଟି ଓ ହାଲ,ସୁନାବେଡାରୁ ଗୋଟିଏ ଏଏଲଏସ ଆମ୍ବୁଲାନଓ ଆସିଥିବା ସେ ସୂଚନା ଦେଇଛନ୍ତି ।କୋଭିଡ ହସପିଟାଲରେ ଶିଶୁ ରୋଗୀଙ୍କ ନିମନ୍ତେ ୧୫ ସାଧାରଣ ଓ ୫ ଆଇସିୟୁ ସମୁଦାୟ ୨୧ ଶଯ୍ୟା ବ୍ୟବସ୍ଥା କରାଯାଇଥିବା ସେ ପ୍ରକାଶ କରିଛନ୍ତି ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନୁସାରେ ୧୪ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ ଡେଙ୍ଗୁ ଓାର୍ଡ କାର୍ଯ୍ୟକ୍ଷମ କରାଯାଇଥିବା ସେ ସୂଚନା ଦେଇଛନ୍ତି ।