Odiapua.com

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଲିଫ୍ଟ ଚାଲିଲା

କୋରାପୁଟ  ୧୦-୦୫(ଓଡିଆ ପୁଅ/ରଂଜନ ଦାସ)ବିଳମ୍ବ ହେଲେ ମଧ୍ୟ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଲିଫ୍ଟ ଚାଲୁଥିବା ଲକ୍ଷ୍ୟ କରାଯାଇଛି ।କୋରାପୁଟ ସଦର ମହକୁମା ଡାକ୍ତରଖାନା ଥିବା ସମୟରେ ଏକ ଲିଫ୍ଟ ଲଗାଯାଇଥିଲା ।ଉକ୍ତ ଲିଫ୍ଟଟି  କେବଳ ଗୋଟିଏ ମହଳା ପାଇଁ ସ୍ଥାପନ କରାଯାଇଥିଲା ।ଉକ୍ତ ଲିଫ୍ଟରେ ରୋଗୀମାନେ ଆଇସିୟୁ ଓାର୍ଡକୁ ଯିବା ଆସିବା କରୁଥିଲେ ।କିନ୍ତୁ ଉକ୍ତ ଲିଫ୍ଟଟି ଅନେକ ସମୟରେ ଖରାପ ରହୁଥିଲା ।ମରାମତି କରିବା ପରେ ପୁଣି ଲିଫ୍ଟ ଚାଲୁଥିଲା ।କୋରାପୁଟ ସଦର ମହକୁମା ଡାକ୍ତରଖାନାକୁ  ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ କରାଯିବା ପରେ ରୋଗୀ ସଂଖ୍ୟା ବୃଦ୍ଧିକୁ ଦେଖି ୨ ୟ ମହଳାରେ ଭେଷଜ ଓାର୍ଡ ନିର୍ମାଣ କରାଯାଇଥିଲା ।୨ ୟ ମହଳାକୁ ରୋଗୀ ଓ ସଂପର୍କିୟ ଯିବା ଆସିବା କରିବା ନିମନ୍ତେ ଉକ୍ତ ଲିଫ୍ଟଟିକୁ ୨ ୟ ମହଳା ପର୍ଯ୍ୟନ୍ତ ନିଆଯାଇଥିଲା ।ଏହା ଅନେକ ସମୟରେ ଖରାପ ରହୁଥିଲା ।ଏପରିକି ଗତବର୍ଷ ଉକ୍ତ ଲିଫ୍ଟରେ ରୋଗୀଙ୍କ ସଂପର୍କିୟ ଭେଷଜ ଓାର୍ଡକୁ ଯାଉଥିବା ସମୟରେ ଅଧାରେ ରହିଯାଇଥିଲା ।ପ୍ରାୟ  ୩୦ ମିନିଟ ପରେ ସୁରକ୍ଷାକର୍ମିଙ୍କ ସହାୟତାରେ ରୋଗୀ ସଂପର୍କିୟଙ୍କୁ ଉଦ୍ଧାର କରାଯାଇଥିଲା ।ତା ପରେ ଲିଫ୍ଟଟି  ପ୍ରାୟତଃ ବନ୍ଦ ହୋଇ ରହୁଥିଲା ।ପ୍ରଥମ ମହଳାରେ ଡାଇଲେସିସ ଓ ୨ ୟ ମହଳାରେ ଭେଷଜ ଏବଂ ସର୍ଜରୀ ଓାର୍ଡ ରହିଥିବାରୁ ରୋଗୀମାନେ ଯିବା ଆସିବା କରିବା କଷ୍ଟକର ହେଉଥିବା ଖବର  ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଏବଂ ବ୍ୟକ୍ତିବିଶେଷ ଏହାକୁ  ମୁଖ୍ୟମନ୍ତ୍ରୀ  ଓ ଜିଲ୍ଲାପାଳଙ୍କୁ ଟୁଇଟ କରି ସମାଧାନ କରିବାକୁ ନିବେଦନ କରିଥିଲେ । ।ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ନୂତନ ଲିଫ୍ଟ ସ୍ଥାପନ କରିବାକୁ ପ୍ରକ୍ରୀୟା ଆରମ୍ଭ କରିଥିଲେ ।ଜନସନ ଓ ଜନସନ କଂପାନୀ ଦ୍ୱାରା ୧୨ ଲକ୍ଷ ଟଙ୍କା ବିନିମୟରେ ୬୮୦ କେଜି କ୍ଷମତା ବିଶିଷ୍ଟ ଲିଫ୍ଟ ସ୍ଥାପନ କରାଯାଇଥିଲା ।ସ୍ଥାପନ କରାଯାଇଥିବା ନୂତନ ଲିଫ୍ଟଟିରେ ରୋଗୀମାନେ  ଆଜି ଯିବାଆସିବା କରୁଥିବା ଲକ୍ଷ୍ୟ କରାଯାଇଥିଲା ।କୋରାପୁଟ ଜିଲ୍ଲା ପ୍ରଶାସନ ଓ ଜିଇଡି ବିଭାଗକୁ ସାଧାରଣରେ ପ୍ରଶଂସା କରାଯାଇଛି ।ଜିଫ୍ଟର ପରିଚାଳନା କରିବା ନିମନ୍ତେ ସୁରକ୍ଷାକର୍ମୀଙ୍କୁ ତାଲି ପ୍ରଦାନ କରିବା ସହ ଲିଫ୍ଟ ଭିତରେ ଯେପରି ଲୋକମାନେ ପାନଛେପ ନ ପକେଇବେ ସେଥିପ୍ରତି ହସପିଟାଲ କର୍ତୂପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।