Odiapua.com

 କୋରାପୁଟ  ସହରସ୍ଥିତ ଇନ୍ଦିରାଗାନ୍ଧୀ ପ୍ରତିମୂର୍ତି ପରିସର ପୁନରୁଦ୍ଧାର କରାଗଲା

କୋରାପୁଟ ୧୬-୧୦(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ପାଶ୍ୱର୍ରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତି ସ୍ଥାପନ କରାଯାଇଛି ।ଜିଲ୍ଲା ପ୍ରଶାସନ ଓ ସ୍ମାରକୀ କମିଟି ତରଫରୁ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପାଳନ କରାଯାଏ ।ଜୟନ୍ତୀ ଓ ଶ୍ରାଦ୍ଧ ଦିବସରେ ଅଧିକାରୀ ଏବଂ କମିଟି ସଦସ୍ୟମାନେ ଆସି ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥାନ୍ତି ।ଏହା ପରେ କେହି ହେଲେ ବି ଉକ୍ତ ସ୍ଥାନକୁ ଆସି ନ ଥାନ୍ତି  । ।କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତରାୟଙ୍କ ପ୍ରଚେଷ୍ଟାରେ ଉକ୍ତ ସ୍ଥାନର ପୁନରୁଦ୍ଧାର ହୋଇଛି ।ପୁନରୁଦ୍ଧାର ହେବା ପରେ ସହର ବାସିନ୍ଦାମାନେ ଅବକାଶ ସମୟରେ ଏଠାକୁ ଆସି ତାଜା ଅନୁଭବ କରିପାରିବେ ବୋଲି ଜଣାପଡିଛି ମୁକ୍ତା ଯୋଜନାରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତି ପରିସର କାନ୍ଥରେ ଚିତ୍ର ଅଙ୍କନ କରାଯାଇଥିବା ବେଳେ ପେଭର ବ୍ଲକ ଏବଂ ରଙ୍ଗୀନ ୪ ଗୋଟି ଚେୟାର ସ୍ଥାପନ କରାଯାଇଥିବା ସେ ସୂଚନା ଦେଇଛନ୍ତି ।ପରବର୍ତି ସମୟରେ କୋରାପୁଟ ସହରରେ ଥିବା ରାଜୀବ ଗାନ୍ଧୀ , ଆମ୍ବେଦକର ଓ ବିଜୁ ପଟନାୟକଙ୍କ  ପ୍ରତିମୂର୍ତିଗୁଡିକୁ ବଦଳାଇ ନୂତନ ପ୍ରତିମୂର୍ତି ସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ି