Odiapua.com

କୋରାପୁଟ ସହରରେ ସ୍ଥାପିତ ପ୍ରତିମୂର୍ତି ଉନ୍ନୋଚିତ

କୋରାପୁଟ ୧୮-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ହୋଇଥିବା ପ୍ରତିମୂର୍ତି ଉନ୍ନୋଚିତ ହୋଇଥିବା ଜଣାପଡିଛି ।ବାଟମଙ୍ଗଳ ଛକରେ   ମହାତ୍ମା ଜ୍ୟୋତିବା ଫୁଲେ ଓ ସାବିତ୍ରୀବାଇ ଫୁଲେ ,ବିଜୁ ପଟନାୟକ ପାର୍କରେ ବିଜୁ ପଟନାୟକ ,ରାଜୀବ ଗାନ୍ଧୀ ଶିଶୁ ପାର୍କରେ ରାଜୀବ ଗାନ୍ଧୀ ଓ ମ୍ୟୁନସିପାଲଟି କାର୍ଯ୍ୟାଳୟ ପଛପାର୍ଶ୍ୟରେ କୋରାପୁଟ ଗାନ୍ଧୀ ରାଧାକୃଷ୍ଣ ବିଶ୍ୱାସରାୟଙ୍କ ପ୍ରତିମୂର୍ତି ସ୍ଥାପନ କରାଯାଇଥିଲା ।କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରଘୁରାମ ପଡାଲ,ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି ପ୍ରମୁଖ ଅତିଥିଭାବେ ଯୋଗଦେଇ ପ୍ରତିମୂର୍ତିଗୁଡିକର ଉନ୍ନୋଚନ କରିଥିଲେ ।କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର,ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର,କନିଷ୍ଠ ଯନ୍ତ୍ରୀ ନର୍ମଦା ସାହୁ,ପୂର୍ବତନ ବିଧାୟକ ନିମାଇଁ ସରକାର ,କଂଗ୍ରେସ ନେତା ରୂପକ ତୁରକ ପ୍ରମୁଖ ଉପସ୍ଥିତ ଥିଲେ ।