Odiapua.com

କୋରାପୁଟ ସହରରେ ମହାସମାରୋହରେ ଗଣେଶ ପୂଜା ପାଳିତ

କୋରାପୁଟ ; ତା୧୩-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସହରର ବିଭିନ୍ନ ବିଦ୍ୟାଳୟ, କଲେଜ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ମହାସାମାରୋହରେ ଗଣେଶ ପୂଜା ପାଳିତ ହୋଇଯାଇଛି।ପୂଜାରିପୁଟସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପୂଜାରୀପୁଟ ପୂଜା କମିଟି, ଡିଏନକେ ଛକ ପୂଜା କମିଟି, ବିଶ୍ୱାଲକଲୋନୀ ପୂଜା କମିଟି, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ସ୍ୱାମୀ ବିବେକାନନ୍ଦ ବନ ଭାରତୀ ବିଦ୍ୟାପୀଠ, ବିଜ୍ଞାନ କଲେଜ, ସରକାରୀ ହାଇସ୍କୁଲ, ପୋଲିସ ହାଇସ୍କୁଲ, ପୋଲିସ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସରକାରୀ କଲେଜ, ଟାଲେଟଂସ କଲେଜ ଏବଂ ଅନେକ ବ୍ୟବସାୟୀ ପ୍ରତିଷ୍ଠାନରେ ଗଣେଶ ପୂଜା ପାଳିତ ହୋଇଯାଇଛି।ଛାତ୍ରଛାତ୍ରୀମାନେ ନୂତନ ପୋଷାକ ପିନ୍ଧି ଓ ହାତରେ ପୂଜା ସାମଗ୍ରୀ ଧରି ଗଣେଶ ପୂଜା କରିବାକୁ ନିଜ ନିଜ ଅନୁଷ୍ଟାନକୁ ଯାଉଥିବା ନଜର କରାଯାଇଥିଲା।