Odiapua.com

କୋରାପୁଟ ସହରରେ ଜାତୀୟ ରାଜପଥ ସୈାନ୍ଦର୍ଯ୍ୟକରଣ ନିମନ୍ତେ ଜବରଦଖଲ ଉଛେଦ

କୋରାପୁଟ ୦୩-୦୯(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହରରେ ଜାତୀୟ ରାଜପଥ ସୈାନ୍ଦର୍ଯ୍ୟକରଣ ନିମନ୍ତେ ଜବରଦଖଲ ଉଛେଦ କରାଯାଇଥିବା ଜଣାପଡିଛି ।କୋରାପୁଟ ସହରର କଳାନିକେଦନ ଛକଠାରୁ ସଦରଥାନା ନିକଟ ରେଳବାଇ ଓଭରବ୍ରିଜ ପର୍ଯ୍ୟନ୍ତ ଜାତୀୟ ରାଜପଥର ଓସାରିଆ ରାସ୍ତା କରାଯିବା ସହ ସୈାନ୍ଦର୍ଯ୍ୟକରଣ କରାଯିବାକୁ ରହିଥିବା ବେଳେ ରାସ୍ତାର ଉଭୟ ପାଶ୍ୱର ଜବରଦଖଲ ଉଛେଦ କାର୍ଯ୍ୟ ଶୁକ୍ରବାର ପୂର୍ବାହ୍ନରୁ ଆରମ୍ଭ କରାଯାଇଥିଲା ।କଳାନିକେଦନ ଛକରୁ ଉଛେଦ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।ପ୍ରଶାସନ ପହଂଚିବା ପୂର୍ବରୁ ଲୋକମାନେ ନିଜ ନିଜର ଭାଡିକୁ କାଢିବା ନିମନ୍ତେ ବ୍ୟବସ୍ଥା କରୁଥିବା ଲକ୍ଷ୍ୟ କରାଯାଇଥିଲା ।ରାସ୍ତାର ଉଭୟ ପାଶ୍ୱରେ ରହିଥିବା ହୋଡିଂ ଓ ବିଏସଏଲ ପୋଲ ଗୁଡିକୁ ମଧ୍ୟ ଉଛେଦ କରାଯାଇଥିଲା ।କୋରାପୁଟ ଜଳବିଭାଜିକା କାର୍ଯ୍ୟାଳୟ ସମ୍ମୁଖ ଜାତୀୟରାଜପଥ ରେ ଛୋଟ ବଗିଚା କରାଯାଇଥିଲା ।ଉକ୍ତ ବଗିଚାକୁ  ମେସିନ ଦ୍ୱାରା ଉଛେଦ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା ।୬୬ ଫୁଟ ଓସାରିଆ ରହିଥିବା ବେଳେ ୪ ଲେନ ରାସ୍ତା କରାଯିବ ବୋଲି ଜଣାପଡିଛି ।ରାସ୍ତାର ଉଭୟ ପାଶ୍ୱର୍ରେ ରହିଥିବା ୮୯ ଟି ଗଛ ପରବର୍ତୀ ସମୟରେ କଟାଯିବ ବୋଲି ଜଣାପଡିଛି ।ଏହି ରାସ୍ତା ମଧ୍ୟରେ ରହିଥିବା ବିଦ୍ୟୁତ ଖୁଂଟି ଓ ବିଦ୍ୟୁତ ଟ୍ରାନସଫର୍ମରକୁ ସ୍ଥାନାନ୍ତର କରାଯିବ ବୋଲି ଏନଏଚ ଏସଡିଓ  ପ୍ରାଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।କୋରାପୁଟ ତହସିଲଦାର ରଂଜନ କୁମାର ମାନସେଠ . କୋରାପୁଟ ମ୍ୟୁନସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତରାୟ , କୋରାପୁଟ ରାଜସ୍ୱ ପରିଦର୍ଶକ ରଘୁନାଥ ଖଟେଇ , ରାଜସ୍ୱ ନିରୀକ୍ଷକ ଦେବାନନ୍ଦ ବେହେରା ,କୋରାପୁଟ ଟାଉନଥାନାର ଇନସେପକ୍ଟର ଶଙ୍କର୍ଷଣ ମାଝି , ସବ-ଇନସପେକ୍ଟର ସୁଦର୍ଶନ ଅଧିକାରୀ ଓ ଯୋଶବନ୍ତ ସେଲମା , ଏନଏଚ ,କୋରାପୁଟ ମ୍ୟୁନସିପାଲଟି  ଓ କୋରାପୁଟ ତହସିଲର କର୍ମଚାରୀ ଏବଂ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଜବରଦଖଲ ଉଛେଦ ଶାନ୍ତିପୂର୍ଣ୍ଣ ଭାବେ ସଂପନ୍ନ ହୋଇଥିବା ଜଣାପଡିଛି ।