Odiapua.com

କୋରାପୁଟ ସହରରେ ଅସହାୟ ବ୍ୟକ୍ତିମାନଙ୍କୁ ଖାଦ୍ୟ ବଂଟନ

କୋରାପୁଟ ୧୬-୦୫(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ କରୋନା ମହାମାରୀ ସମୟରେ ଲକଡାଉନ ଓ ସଟଡାଉନ ପାଳନ କରାଯାଉଥିବା ବେଳେ ଅସହାୟ ବ୍ୟକ୍ତିମାନେ ଯେପରି ଖାଦ୍ୟରୁ ବଂଚିତ ନ ହେବେ ସେଥିପ୍ରତି କୋରାପୁଟ ମ୍ୟୁନସପାଲଟି ତରଫରୁ ସ୍ୱତନ୍ତ୍ର ଦୃଷ୍ଟି ଦେଇଥିବା ଜଣାପଡିଛି ।କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତରାୟଙ୍କ ନିର୍ଦ୍ଦେଶକ୍ରମେ ଅସହାୟ ବ୍ୟକ୍ତିମାନଙ୍କୁ ଖାଦ୍ୟ ପୁଡା ପ୍ରଦାନ କରାଯାଇଥିବା ଜଣାପଡିଛି ।କୋରାପୁଟ ମ୍ୟୁନସିପାଲଟିର ଏସ.ସ୍ୱାଇଁ ସହରର ବିଭିନ୍ନ ସ୍ଥାନରେ ୨୦ ଜଣ ଅସହାୟ ବ୍ୟକ୍ତିମାନଙ୍କୁ ଖାଦ୍ୟ ପୁଡା ପ୍ରଦାନ କରିଥିବା ଜଣାପଡିଛି ।