Odiapua.com

କୋରାପୁଟ ସରକାରୀ ମହାବିଦ୍ୟାଳୟରେ ରକ୍ଷା ବନ୍ଧନ ଉପଲକ୍ଷେ ରାଜ୍ୟସ୍ତରୀୟ ଅନଲାଇନ ଆଲୋଚନା ଚକ୍ର

କୋରାପୁଟ ୨୨-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସରକାରୀ ମହାବିଦ୍ୟାଳୟର ଇତିହାସ ବିଭାଗ ତଥା ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଭୁବନେଶ୍ୱରର ତାମ୍ମାନା ଫାଉଟେଂସନର ମିଳିତ ଆନୁକୁଲ୍ୟରେ ନାରୀଟି କାହିଁକି ବର୍ତମାନ ସ୍ଥିତିରେ ଉତ୍ସାହର ପ୍ରତୀକ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଇତିହାସ ବିଭାଗ ମୁଖ୍ୟ ଜାତୀୟ ଦୃଷ୍ଟିବାଧିତ ସଂଘ ଓଡିଶା ଶାଖାର ଅବୈତନିକ ନିର୍ଦ୍ଦେଶକ ପ୍ରଫେସର କାମାକ୍ଷୀ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ବର୍ତମାନ କୋଭିଡ-୧୯ ପରିସ୍ଥିତିରେ ସମାଜକୁ ପୁନଃ ନିର୍ମାଣ କରିବା ପାଇଁ ନାରୀମାନେ କିଭଳି ପୁରୁଷମାନଙ୍କ ସହ ସମଭାଗୀ ହୋଇ ଉଭୟ ପରିବାର ଓ କର୍ମସ୍ଥଳ ମଧ୍ୟରେ ଏକ ସଂଯୋଗସେତୁସମ କାର୍ଯ୍ୟ କରିଥାନ୍ତି ବୋଲି ପ୍ରଫେସର ଦାଶ ମତବ୍ୟକ୍ତ କରିଥିଲେ ।ସାମରିକ ବିଭାଗରେ ନାରୀମାନଙ୍କ ଯୋଗଦାନକୁ ସରକାର ଅନୁମତି ଦେଇଥିବାରୁ ସେ ଭାରତ ସରକାରଙ୍କୁ ସାଧୁବାଦ ଜଣେଇଥିଲେ ।ତାମ୍ମାନା ଫାଉଟେଂସନର ପରିଚାଳକ ନିର୍ଦ୍ଦେଶିକା ସ୍ୱରଣିକା ମହାନ୍ତି  ଯୋଗଦେଇ ସମାଜ ଗଠନରେ କ୍ଷେତ୍ରରେ କର୍ମଜୀବୀ ନାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ ।କୋରାପୁଟ ସରକାରୀ ମହାବିଦ୍ୟାଳୟର ଇତିହାସ ବିଭାଗ ଛାତ୍ରୀ ପ୍ରଗତି ସାହୁ ଉପକ୍ରମଣିକା ପାଠ କରିଥିବା ବେଳେ ସିମ୍ରାନ ନାୟକ ଓ ସବିତା ଖୁଜୁରୀପୁଟିଆ  ପ୍ରମୁଖ ବିଭାଗୀୟ ମୁଖ୍ୟ ପ୍ରଫେସର ଦାଶଙ୍କ ଦ୍ୱାରା ପ୍ରସ୍ତୁତ ନାରୀମାନେ କାହିଁକି ଉତ୍ସାହର ସ୍ରୋତ ସନ୍ଦର୍ଭକୁ ପାଠ କରିଥିଲେ ।ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅଂସଘ୍ରହଣ କରିଥିବା ବେଳେ ଟିଟିଲାଗଡ ଇଂରାଜୀ ମାଧ୍ୟମ  ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସରିତା ମହାପାତ୍ର ଯୋଗଦେଇ ଭାରତୀୟ ନାରୀମାନଙ୍କ ଭୁମିକା ସଂପର୍କରେ ଆଲୋକପାତ କରିଥିଲେ ।ପାଠଚକ୍ର ସହାୟିକା ସରିତା ଭତ୍ରା କାର୍ଯ୍ୟକ୍ରମରେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିବା ବେଳେ ଅତିଥି ଅଧ୍ୟାପିକା ତଥା ସେମିନାର ସଂଯୋଜିକା ମିନତୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।