Odiapua.com

କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ର ହୋଇ ମନ୍ତ୍ରୀ ପାଠ ପଢିଲେ

କୋରାପୁଟ ୨୩-୦୮(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କୋରାପୁଟ ଜିଲ୍ଲା ଗସ୍ତରେ ଆସି ମାଛରା ଆଦର୍ଶ ବିଦ୍ୟାଳୟ ଓ କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।ପ୍ରଥମେ କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।ବିଦ୍ୟାଳୟର ୯ମ ଓ ଦଶମ ଶ୍ରେଣୀ ଛାତ୍ରୀମାନଙ୍କ ସହ ଶିକ୍ଷା ସଂପର୍କରେ ଆଲୋଚନା କରିଥିଲେ ।ବିଦ୍ୟାଳୟର ରୁପାନ୍ତରିତ କାର୍ଯ୍ୟ ତଦାରଖ କରିଥିଲେ ।୯ଶ୍ରେଣୀ ଛାତ୍ରୀମାନଙ୍କୁ ମନ୍ତ୍ରୀ ଶ୍ରୀ ଦାଶ ଶିକ୍ଷକ ହୋଇ ପାଠ ପଢାଉଥିବା  ଦେଖାଯାଇଥିଲା ।ପରେ ଛାତ୍ର ହୋଇ ମନ୍ତ୍ରୀ  ଶ୍ରୀ ଦାଶ ପାଠ ପଢୁଥିବା ଓ ପ୍ରଶ୍ନ ପଚାରୁଥିବାର  ଲକ୍ଷ୍ୟ କରାଯାଇଥିଲା ।ଏହାପରେ ମାଛରା ଆଦର୍ଶ ବିଦ୍ୟାଳୟକୁ ଯାଇଥିଲେ । କୋରାପୁଟ ବିଧାୟକ ରଘୁରାମ ପଡାଲ , ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହକ,କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନି ,ସମଗ୍ର ଶିକ୍ଷା ଅଭିଯାନର ବରିଷ୍ଠ ବୈଷୟିକ ପରାମର୍ଶଦାତା ଭେଙ୍କେଟେଶ୍ୱର ମିଶ୍ର , ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦୁର୍ଗା ପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ଥିଲେ ।୩ ବର୍ଷ ମଧ୍ୟରେ ରାଜ୍ୟରେ ୫ ହଜାର ସ୍କୁଲକୁ ରୁପାନ୍ତରିତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ କୋରାପୁଟ ଜିଲ୍ଲାରେ ୧୭ ଟି ସ୍କୁଲର ରୁପାନ୍ତରିତ କାର୍ଯ୍ୟ ଚାଲୁଥିବା ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।