Odiapua.com

କୋରାପୁଟ ସରକାରୀ କଲେଜ ପଡିଆରେ ପରବ ପାଳନ କରାଯିବ

କୋରାପୁଟ ; ତା୧୮-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଲାଣ୍ଡିଗୁଡାସ୍ଥିତ କୋରାପୁଟ ସରକାରୀ କଲେଜ ପଡିଆରେ ପରବ-୨୦୧୮ର ମୁଖ୍ୟ ଉସôବ ପାଳନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଥିବା ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।ପ୍ରତିବର୍ଷ ପୂଜାରିପୁଟସ୍ଥିତ ଷ୍ଟାଡିୟମଠାରେ ପରବର ମୁଖ୍ୟ ଉସôବ ପାଳନ କରାଯାଉଥିଲା ।କିନ୍ତୁ ଚଳିତ ବର୍ଷ ଷ୍ଟାଡିୟମର ଉନ୍ନତି ନିମନ୍ତେ ରାଜ୍ୟ ସରକାର ଅର୍ଥ ପ୍ରଦାନ କରିବା ପରେ ଫିଲ୍ଡ ଓ ଟ୍ରାକରେ ଘାସ ଲଗା କାର୍ଯ୍ୟ ଶେଷ ହୋଇଯାଇଥିବାରୁ ପରବ ପାଳନ ନ କରିବାକୁ କ୍ରୀଡାବିତ ଓ ସହର ବାସିନ୍ଦା ବିରୋଧ କରିଥିଲେ ।ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ଏକ କମିଟି ଗଠନ କରିଥିଲେ ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସଦସ୍ୟମାନେ ଆଜି କଲେଜ ପଡିଆ ତଦାରଖ କରି ସନ୍ତୋଷବ୍ୟକ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।ରିପୋର୍ଟ ପାଇବା ପରେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ସରକାରୀ କଲେଜ ପଡିଆରେ ପରବ ପାଳନ କରିବାକୁ ଅନୁମୋଦନ କରିଥିବା ଜଣାପଡିଛି ।କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ , ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ , ଜିଲ୍ଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା , ଅବସରପ୍ରାପ୍ତ ଅଧ୍ୟକ୍ଷ ନାରାୟଣ ପଣ୍ଡା , ସାମ୍ବାଦିକ ସିଏଚ.ସାନ୍ତାକାର ,କୋରାପୁଟ ଏସଡିପିଓ ଟି .ଜେ.ରେଡ୍ଡି , ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ କ୍ଷିରେଶ୍ୱର ସାହୁ , କ୍ରୀଡାବିତ ଜେ.ହେମା ରାଓ , ଜଳବିଭାଜିକା ପ୍ରକଳ୍ପ ନିଦେ୍ର୍ଦଶକ ଭବାନୀ ଶଙ୍କର କାଲୋ ,କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ ଓ ଡିଏସଏମଏସର ମୁଖ୍ୟ କାର୍ଯ୍ୟନିର୍ବାହୀ ରୋସନ କାର୍ତିକ ପ୍ରମୁଖ କଲେଜ ପଡିଆ ପରିଦର୍ଶନ କରିଥିଲେ ।ଜିଲ୍ଲାପାଳଙ୍କ ନିଷ୍ପତିକୁ ଜିଲ୍ଲାର କ୍ରୀଡାବିତ ଓ ସାମ୍ବାଦିକମାନେ ସ୍ୱାଗତ କରିବା ସହିତ ଧନ୍ୟବାଦ ଜଣେଇଛନ୍ତି ।