Odiapua.com

କୋରାପୁଟ ସରକାରୀ କଲେଜର ଯୁକ୍ତ ଦୁଇ ବିଜ୍ଞାନରେ ୯୮.୮୯  ଓ ବାଣିଜ୍ୟରେ ୯୮.୦୩ ପ୍ରତିଶତ  ଛାତ୍ରଛାତ୍ରୀ ପାସ

କୋରାପୁଟ ୦୧-୦୮(ଓଡିଆ ପୁଅ /ରଂଜନ ଦାସ)ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶିତ ହୋଇଯାଇଛି ।କୋରାପୁଟ ସରକାରୀ କଲେଜ ଯୁକ୍ତ ଦୁଇ ବିଜ୍ଞାନରେ ୪୩ ଜଣ ପ୍ରଥମ ଶ୍ରେଣୀ ,୬୯ ଜଣ ଦ୍ୱିତୀୟ ଶ୍ରେଣୀ ଓ୬୭ ଜଣ ଛାତ୍ରଛାତ୍ରୀ  ତୃତୀୟ ଶ୍ରେଣୀରେ  ପାସ ହୋଇଥିବା ବେଳେ ୯୮.୮୯ ପ୍ରତିଶତ ପାସହାର ରହିଥିବା ଜଣାପଡିଛି ।ସେହିପରି ବାଣିଜ୍ୟରେ ୭ ଜଣ ପ୍ରଥମ ଶ୍ରେଣୀ ,୨୧ ଜଣ ଦ୍ୱିତୀୟ ଶ୍ରେଣୀ ଓ ୭୨ ଜଣ  ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ପାସ ହୋଇଥିବା ବେଳେ ପାସହାର ୯୮.୦୩ ପ୍ରତିଶତ ରହିଥିବା ଜଣାପଡିଛି ।