Odiapua.com

କୋରାପୁଟ ସଦର ପୋଲିସ ଦ୍ୱାରା ୬ ଡକାୟତ ଗିରଫ

କୋରାପୁଟ ୦୩-୧୦(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସଦର ପୋଲିସ ଦ୍ୱାରା ୬ ଜଣ ଡକାୟତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।ନନ୍ଦିଗାଁର ଜଣଙ୍କ ଘରୁ ଡକାୟତମାନେ ୭୪ ହଜାର ଟଙ୍କା ,ସୁନାଗହଣା ଓ ୧୫ ଲିଟର ପେଟ୍ରୋଲ ନେଇଯାଇଥିଲେ ।ବିସିଂପୁର ଥାନା ଅନ୍ତର୍ଗତ ବି.ଜାନିଗୁଡା ଗ୍ରାମର ପବିତ୍ର ଖୋସଲା ,ନରେଶ ଖରା  ଓ ତୁଲାରାମ ଜାନି , ବିସିହପୁର ଥାନା ଅନ୍ତର୍ଗତ କଦମଗୁଡା ଗ୍ରାମର ଲାଲୁ ହିଆଲ , ପଟିଆସିଲ ଗ୍ରାମର ରମେଶ ଖରା , ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଝାରଖଣ୍ଡପୁରୀ ଗ୍ରାମର ଆଜନ ଆଶାଙ୍କୁ ପୋଲିସ ଗିରଫ କରିବା ସହ ୩ ଟି ମଟରସାକେଲ ଓ ୫୦ ହଜାର ଟଙ୍କା ଜବତ କରାଯାଇଥିବା ସଦର ଥାନା ଭାରପ୍ରାପ୍ତ ନିରୀକ୍ଷକ ସମର୍ପିତା ସ୍ୱାଇଁ ପ୍ରକାଶ କରିଥିଲେ ।