Odiapua.com

କୋରାପୁଟ ଷ୍ଟାଡିୟମ , ଜିମ୍ନାଜିୟମ ଓ ଇନଡୋର ଷ୍ଟାଡିୟମ ଖୋଲିଲା

କୋରାପୁଟ ୨୬-୦୧(ଓଡିଆ ପୁଅ /ରଂଜନ ଦାସ)କୋଭିଡ-୧୯ ନିମନ୍ତେ ବନ୍ଦ ରହିଥିବା କୋରାପୁଟ ଷ୍ଟାଡିୟମ , ଜିମ୍ନାଜିୟମ ଓ ଇନଡୋର ଷ୍ଟାଡିୟମ ଖୋଲିବା ସହ ଏକ ଏସଓପି ଜାରି କରାଯାଇଥିବା ଜଣାପଡିଛି ।କ୍ରୀଡାବିତ ତଥା ଜନସାଧାରଣଙ୍କ ଦାବି ପରେ ୯ମାସ ହେଲା ବନ୍ଦ ହୋଇଥିବା ଇନଡୋର ଷ୍ଟାଡିୟମ , ଜିନ୍ମାଜିୟମ ଓ ଖେଳ ପଡିଆକୁ ଖୋଲାଯାଇ କେତେକ ନିୟମାବଳୀ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜାରୀ କରିଥିବା ଜଣାପଡିଛି ।ଖେଳ ପଡିଆରେ ପ୍ରାତଃ ଓ ସଂଧ୍ୟା ଭ୍ରମଣ  ପାଇଁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ୫ ଟଙ୍କା ରଖାଯାଇଥିବା ବେଳେ ମାସକୁ ଏହା ୧୦୦ ଟଙ୍କା ରଖାଯାଇଛି ।ଏହି ପଡିଆରେ ଖେଳକୁ ବାରଣ କରାଯାଇଥିବା ବେଳେ ଲଗାଯାଇଥିବା ଘାସ ମଧ୍ୟରେ ଯୋତା ପିନ୍ଧି କେହି ଚାଲି ପାରିବେ ନାହିଁ ବୋଲି କୁହାଯାଇଛି । ଇନଡୋର ଷ୍ଟାଡିୟମରେ ବ୍ୟାଡମିଂଟନ ଖେଳିବା ନିମନ୍ତେ ପ୍ରତ୍ୟେକ ଖେଳାଳୀ ମାସକୁ ୫୦୦ ଟଙ୍କା ୟୁଜର ଫିସ ଦେବେ ଏବଂ ପରିଚୟ ପତ୍ର ପ୍ରଦାନ କରି ଇନଡୋର ଷ୍ଟାଡିୟମକୁ ପ୍ରବେଶ କରିବାକୁ କୁହାଯାଇଛି ।ବ୍ୟାଡମିଂଟନ ଖେଳିବା ନିମନ୍ତେ କିଏ କେତେବେଳେ ଖେଳିବେ ତାହାର ସମୟ ସାରଣୀ ପ୍ରକାଶ କରାଯାଇଛି ।ଜିମ୍ନାଜିୟମ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ମାସକୁ ୨୦୦ ଟଙ୍କା ପ୍ରଦାନ କରିବେ ।ପରିଚୟ ପତ୍ର ଜିଲ୍ଲା କ୍ରୀଡା ବିଭାଗରୁ ୟୁଜର ଫିସ ପ୍ରଦାନ କରି ଆଣିବାକୁ କୁହାଯାଇଛି । ୨୫ ତାରିଖ ଦିନ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଷ୍ଟାଡିୟମ ନବୀକରଣର ଉଦଘାଟନ କରିଥିଲେ ।କୋରାପୁଟ ଜିଲ୍ଲା ଭାରପ୍ରାପ୍ତ କ୍ରୀଡା ଅଧିକାରୀ ଅର୍ଚ୍ଚନା ଦାସ  ଯୋଗଦେଇ ୫ଟି ଅନୁଯାୟୀ ଷ୍ଟାଡିୟମ ପରିଚାଳନା କରାଯାଉଥିବା ପ୍ରକାଶ କରିଥିଲେ ।ଷ୍ଟାଡିୟମ ଉନ୍ନତିକରଣ ନିମନ୍ତେ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ  ଓ କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟ ସହଯୋଗ କରିଥିବାରୁ ସେ ଧନ୍ୟବାଦ ଜଣେଇଥିଲେ ।ବେସାମରିକ ପ୍ରତିରକ୍ଷା ବାହିନୀର ଉପନିୟନ୍ତ୍ରକ ରମାନାଥ ମିଶ୍ର ଓ ଶ୍ରୀ କାଲୋ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।ଜଳବିଭାଜିକା ଦ୍ୱାରା ୮୦ ଲକ୍ଷ ଟଙ୍କା ବିନିମୟରେ ଉନ୍ନତଧରଣର ଘାସ ଖେଳ ପଡିଆରେ ଲଗାଯାଇଥିଲା ।ଘାସରେ ପାଣି ସିଂଚନ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ।ଷ୍ଟାଡିୟମରେ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।କୋରାପୁଟ ଷ୍ଟାଡିୟମକୁ ଏକ ଉନ୍ନତଧରଣର ଷ୍ଟାଡିୟମରେ ପରିଣତ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ ।