Odiapua.com

କୋରାପୁଟ ଷ୍ଟାଡିୟମରେ ପରବ ମୂଖ୍ୟଉସôବ ପାଳନ ନ କରିବା ନିମନ୍ତେ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ 

କୋରାପୁଟ ; ତା୧୫-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ) ରାଜ୍ୟସ୍ତରୀୟ ଆଦିବାସୀ ଉସôବ ପରବ-୨୦୧୮ର ୩ ଦିନିଆ ମୁଖ୍ୟ ଉସôବ କୋରାପୁଟ ଷ୍ଟାଡିୟମଠାରେ ଆୟୋଜନ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା ।ଷ୍ଟାଡିୟମର ଉନ୍ନତି ନିମନ୍ତେ ରାଜ୍ୟ ସରକାର ୮୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଜଳବିଭାଜିକା ପ୍ରକଳ୍ପ ଉକ୍ତ କାର୍ଯ୍ୟ କରିବାକୁ କାର୍ଯ୍ୟାଦେଶ ପାଇଥିଲେ ।ତତନୁସାରେ କାର୍ଯ୍ୟ ଦୃତିଗତିରେ ଆଗେଇ ଚାଲିଛି ।ଫିଲ୍ଡ ଓ ଟ୍ରାକରେ ଘାସ ଲଗା କାମ ଶେଷ ହୋଇଥିବା ଜଣାପଡିଛି ।ଘାସରେ ପାଣି ସିଂଚନ ନିମନ୍ତେ ୮ ଟି ରେନ ଗନ ଲଗାଯାଇଛି ।ଏସବୁ ସତ୍ୱେ ଏଠାରେ ପରବର ମୁଖ୍ୟ ଉସôବ ପାଳନ କଲେ ଘାସ ନଷ୍ଟ ହୋଇଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।ସୂଚନାଯୋଗ୍ୟ ଯେ ଷ୍ଟାଡିୟମରେ ପରବ ଉସôବ ପାଳନ ନ କଲେ ଅନୁଦାନ ଅର୍ଥ ପ୍ରଦାନ କରାଯିବ ନାହିଁ ବିଭାଗୀୟ ନିଦେ୍ର୍ଦଶକ କୋରାପୁଟ ଜିଲ୍ଲାପାଳଙ୍କୁ ଜଣେଇଥିଲେ ।କୋରାପୁଟର ପୂର୍ବତନ ଜିଲ୍ଲାପାଳ ଅନୁପମ ସାହା ଚିଠି ପ୍ରେରଣ କଲାପରେ କ୍ରୀଡା ବିଭାଗରୁ ଅର୍ଥ ଆସିଥିଲା ଓକାର୍ଯ୍ୟ ୯୦ ପ୍ରତିଶତ ସରି ଯାଇଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାର କ୍ରୀଡାବିତମାନେ ଷ୍ଟାଡିୟମଠାରୁ ଶାନ୍ତିପୂର୍ଣ୍ଣ ଭାବେ ସହର ଶୋଭାଯାତ୍ରା କରିଥିଲେ ।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।ଆସନ୍ତାକାଲି ଷ୍ଟାଡିୟମ ପରିଦର୍ଶନ କଲାପରେ ହିଁ ଯାହା କିଛି ନିଷ୍ପତି ନେବେ ବୋଲି ଜଣାପଡିଛି ।
କୋରାପୁଟ ଜିଲ୍ଲାରେ ଉନ୍ନତମାନର ଷ୍ଟାଡିୟମ ନ ଥିଲା ଯଦ୍ୱାରା ଜିଲ୍ଲାର କ୍ରୀଡାବିତମାନେ ରାଜ୍ୟସ୍ତରୀୟ କ୍ରୀଡାରେ ଅଂଶଗ୍ରଣ କରିବା ଅସୁବିଧା ହେଉଥିଲା ବୋଲି ଜାତୀୟ ଦୃଷ୍ଟିହୀନ କ୍ରିକେଟ ଖେଲାଳୀ ସୁଖରାମ ମାଝି ପ୍ରକାଶ କରିଥିଲେ ।ନିଜ ସ୍କୁଲର ଛୋଟ ପଡିଆାରେ ଅଭ୍ୟାସ କରିବା କଷ୍ଟକର ହେଉଥିଲା କିନ୍ତୁ କୋରାପୁଟରେ ଉନ୍ନତମାନର ଷ୍ଟାଡିୟମ ହେଲେ କ୍ରୀଡାବିତମାନେ ଜିଲ୍ଲା ତଥା ରାଜ୍ୟ ପାଇଁ ଖେଳିବାର ସୁ ଯୋଗ ପାଇପାରିବେ ବୋଲି ସେ ସୂଚନା ଦେଇଥିଲେ ।ପରବକୁ ଆମ୍ଭେ ବିରୋଧ କରୁନାହୁଁ କେବଳ ପରବର ମୁଖ୍ୟ ଉସôବର ସ୍ଥାନ ପରିବର୍ତନ କରିବାକୁ ଚାହୁଁଛୁ ବୋଲି ସେ ପ୍ରକାଶ କରିଥିଲେ ।ଉକ୍ତ ଷ୍ଟାଡିୟମରେ ପରବ ହେଲେ ଲଗାଯାଇଥିବା ଘାସ ନଷ୍ଠ ହେବା ସହ ଷ୍ଟାଡିୟମର ମାନ ହ୍ରାସ ପାଇବ ବୋଲି କ୍ରୀଡାବିତ କାହ୍ନୁଚରଣ ଦୋରା ପ୍ରକାଶ କରିଥିଲେ ।