Odiapua.com

କୋରାପୁଟ ଲୋକସଭା ଓ ବିଧାନସଭାର ପ୍ରାର୍ଥିମାନେ ନିର୍ବାଚନର ଖର୍ଚ୍ଚ ବିବରଣୀ ବହି ପ୍ରଚାର ସୀମା ମଧ୍ୟରେ ୩ ଥର ଦାଖଲ କରିବେ

କୋରାପୁଟ ୨୭-୦୩ (ଓଡିଆ ପୁଅ/ରଂଜନ କୁମାର ଦାସ)ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନୁସାରେ କୋରାପୁଟ ଲୋକସଭା ଏବଂ ଲକ୍ଷ୍ମିପୁର, କୋରାପୁଟ, କୋଟପାଡ, ଜୟପୁର ଓ ପଟ୍ଟାଙ୍ଗୀ ବିଧାନସଭାର ପ୍ରାର୍ଥି /ପ୍ରାର୍ଥିନୀମାନେ ନିର୍ବାଚନ ଖର୍ଚ୍ଚ ବିବରଣୀ ବହି ପ୍ରଚାରସୀମା ମଧ୍ୟରେ ଖର୍ଚ୍ଚ ତଦାରଖ ପର୍ଯ୍ୟବେକ୍ଷକଙ୍କୁ ନିଜେ, ଏଜେଂଟ କିମ୍ବା କ୍ଷମତାପ୍ରାପ୍ତ ଅନ୍ୟ କୋଣସି ବ୍ୟକ୍ତିଙ୍କ ଦ୍ୱାରା ୩ ଥର ଦାଖଲ କରିବାକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରଧାନ ଟୁଲିଆମ୍ମା ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି।କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଚଳିତମାସ ୩୧, ଆସନ୍ତାମାସ ୪ ଓ ୮ ତାରିଖ ୧୨ ଘଟିକାଠାରୁ ଅପାରହ୍ନ ୩ ଘଟିକା ମଧ୍ୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦାଖଲ କରିବେ ବୋଲି ଇସ୍ତାହାରରେ ସୂଚନା ଦିଆଯାଇଛି।ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥି /ପ୍ରାର୍ଥିନୀମାନେ ଆସନ୍ତାମାସ ୨, ୬ ଓ ୯ ତାରିଖ ସକାଳ ୧୦ ଘଟିକାରୁ ୩ ଘଟିକା ମଧ୍ୟରେ କୋରାପୁଟ ସଦଭାବନା ସଭାଗୃହଠାରେ ନିଜେ, ନିର୍ବାଚନ ଏଜେଟଂ କିମ୍ବା ଅନ୍ୟ କୈାଣସି କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କ ଦ୍ୱାରା ନିର୍ବାଚନ ଖର୍ଚ୍ଚ ବିବରଣୀ ବହି ଦାଖଲ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିବ୭ାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିବା ଇସ୍ତାହାରରେ ଉଲ୍ଲେଖ କରାଯାଇଛି।