Odiapua.com

କୋରାପୁଟ ରେଡକ୍ରସ ତରଫରୁ ଆର୍ଥିକ ସହାୟତା ପ୍ରଦାନ

କୋରାପୁଟ ୧୩-୦୯(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ରେଡକ୍ରସ ତରଫରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି ।ଗତ ୧୧ ତାରିଖ ଦିନ ଅପରାହ୍ନରେ ମହାଦେଇପୁଟ ପଂଚାୟତ ଅନ୍ତର୍ଗତ ଚାଟିଗୁଡା ଗ୍ରାମର ଭାସ୍କର ତୁରୁକ ଆଇଆରବି ନିକଟରେ ରାସ୍ତା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନଙ୍କ ଅନୁମୋଦନ ପରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।ମୃତକଙ୍କ ଭାଇ ଗଙ୍ଗାଧର ତୁରୁକଙ୍କୁ ୧୦ ହଜାର ଟଙ୍କାର ଚେକ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ପ୍ରଦାନ କରିଥିଲେ ।ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ପି.କେ.ସାମଲ ଚେକ ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।