Odiapua.com

କୋରାପୁଟ ରକ୍ତଦାତା ସଂଘ ଓ ଜୟପୁର ହମ ଫୈାଜି ଗ୍ରୂପର ସଦସ୍ୟମାନେ ଡେଙ୍ଗୁ ରୋଗୀଙ୍କ ନିମନ୍ତେ ରକ୍ତଦାନ କଲେ

କୋରାପୁଟ ୨୯-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ  ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସାଧିନ ଦୁଇଜଣ ଡେଙ୍ଗୁ ରୋଗୀଙ୍କୁ ରକ୍ତର ଆବଶ୍ୟକତା ରହିଥିବାରୁ କୋରାପୁଟ ରକ୍ତଦାତା ସଂଘ ଓ ଜୟପୁରର  ହମ ଫୈାଜି ଗ୍ରୂପର ସଭ୍ୟମାନେ ଆଗେଇ ଆସି ରକ୍ତଦାନ କରିଥିବା ଜଣାପଡିଛି ।କୋରାପୁଟ ମେଡିକାଲରେ ଚିକିତ୍ସାଧିନ ୨ ଜଣ  ଡେଙ୍ଗୁ ରୋଗୀଙ୍କ ପ୍ଲେଟଲେଟ ବହୁତ କମ ରହିଥିବାରୁ ରକ୍ତର ଆବଶ୍ୟକତା ପଡିଥିଲା । କୋରାପୁଟ ଓଡ୍ରାଫ ହାବିଲଦାର ରାଜେଶ କୁମାର ସାହୁଙ୍କ ଜୟପୁରର ହମ ଫୈାଜି ଗ୍ରୂପ ଓ କୋରାପୁଟ ରକ୍ତଦାତା ସଂଘର କର୍ମକର୍ତମାନେ ଆସି  ୮ ୟୁନିଟ ରକ୍ତଦାନ କରିଥିଲେ ବୋଲି କୋରାପୁଟ ରକ୍ତଦାତା ସଂଘର ସଭାପତି ପ୍ରହ୍ଲାଦ ସାହୁ ସୂଚନା ଦେଇଛନ୍ତି ।