Odiapua.com

 କୋରାପୁଟ ମ୍ୟୁନସିପାଲଟି ବସ୍ତି ବିକାଶ ବୈଠକ

କୋରାପୁଟ ୨୭-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ମ୍ୟୁନସିପାଲଟିରେ ୫୮ ଟି ବସ୍ତି ରହିଥିବା ବେଳେ ଏହାର ବିକାଶ ନିମନ୍ତେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ମ୍ୟୁନସିପାଲଟି ନିବ୭ାହୀ ଅଧିକାରୀ ଆଲୋକ ରଞ୍ଜନ ସାମାନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ଅତିରିକ୍ତ ତହସିଲଦାର ସସ୍ମିତା ଜେନା , ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ବିଭୁ ରଞ୍ଜନ ସେଠୀ,ସମାଜସେବୀ ଭବାନୀ ଶଙ୍କର ମିଶ୍ର , ଅଧ୍ୟାପକ ରବି ଶତପଥି ପ୍ରମୁଖଙ୍କ ସହ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗଦେଇ ଆଲୋଚନା କରିଥିଲେ । ବସ୍ତିରେ ପାନୀୟ ଜଳ ଯୋଗାଣ , ବିଦ୍ୟୁତ କରଣ ,ଷ୍ଟ୍ରିଟ ଲାଇଟ ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା ।୫୮ ଟି ବସ୍ତିରୁ ୩୫ ଟିରେ କାର୍ଯ୍ୟ ଶେଷ ହୋଇଥିବା ବେଳେ  ୬ ଟି ବସ୍ତିରେ କାର୍ଯ୍ୟ ଚାଲୁଥିବା ବେଳେ ୧୭ ଟି ବସ୍ତିରେ କାର୍ଯ୍ୟ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ସାମାନ୍ତରାୟ ସୂଚନା ଦେଇଛନ୍ତି ।