Odiapua.com

କୋରାପୁଟ ମ୍ୟୁନସିପାଲଟିର ଧୋବାସାହି ଡ୍ରେନରେ ପୋତି ହୋଇଥିବା ମଇଲା କେବେ ସଫା ହେବ ?

କୋରାପୁଟ ୦୭-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ଧୋବାସାହି ଡ୍ରେନରେ ପୋତି ହୋଇଥିବା ମଇଲା କେବେ ସଫା କରାଯିବ ବୋଲି ସାହି ବାସିନ୍ଦା ପ୍ରଶ୍ନ କରିଛନ୍ତି ।ଡ୍ରେନଟି ପୋତି ହୋଇଯାଇଥିବାରୁ ବର୍ଷା ହେଲେ ମଇଲା ପାଣି ଘରେ ପଶି ଯାଉଥିବା ଶଙ୍କର ରାଓ ଅଭିଯୋଗ କରିଛନ୍ତି ।ଡ୍ରେନଟି ବିଟ୍ରିଶ ଅମଳରୁ ନିର୍ମାଣ ହୋଇଥିବା ବେଳେ ଏହାର ପୁର ଉଦ୍ଧାର କରିବା ପାଇଁ ପୂର୍ବତନ ବିଧାୟକମାନଙ୍କୁ ଅନେକ ବାର ନିବେଦନ କରିଥିଲେ ସୁଦ୍ଧା ଡ୍ରେନଟି ସେହିପରି ଅବସ୍ଥାରେ ରହିଥିବାରୁ ଅନେକ ଅସୁବିଧା ହେଉଥିବା ସେ ପ୍ରକାଶ କରିଛନ୍ତି ।ବର୍ତମାନର ବିଧାୟକ ସାହିକୁ ଆସିଥିଲେ ତାଙ୍କୁ ମଧ୍ୟ ଅବଗତ କରାଯାଇଥିଲା କିନତୁ ୨ ବର୍ଷ ବିତିଗଲାଣି ସେ କୈାଣସି କାର୍ଯ୍ୟ କଲେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।ଏ ସଂପର୍କରେ କୋରାପୁଟ ମ୍ୟୁନସିପାଲଟି କର୍ତୂପକ୍ଷଙ୍କୁ ଲିଖିତ ଭାବେ  ଦିଆଯାଇଥିଲା କିନ୍ତୁ କରାଯାଇ ନ ଥିବାରୁ ଲୋକମାନେ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଅଶ୍ୱିନୀ କୁମାର ସାହୁ ଅଭିଯୋଗ କରିଛନ୍ତି ।ଏହାର ପୁନର ଉଦ୍ଧାର କରିବାକୁ ସେ ଦାବି କରିଛନ୍ତି ।ଅନେକ ବାର କହିବା ସତ୍ୱେ ଡ୍ରେନ ସଫା ହେଉ ନ ଥିବାରୁ ଘର ଓ ଦୋକାନରେ ମଇଲା ପାଣି ପଶିଯାଉଥିବା ବାସିନ୍ଦା କଲ୍ୟାଣୀ ଅଭିଯୋଗ କରିବା ସହ ତୁରନ୍ତ ଡ୍ରେନ ସଫା କରିବାକୁ ଦାବି କରିଛନ୍ତି ।କୋରାପୁଟ ମ୍ୟୁନସିପାଲଟି ପକ୍ଷରୁ ଡ୍ରେନର ପୁନର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି ବୋଲି ସହକାରୀ ଯନ୍ତ୍ରୀ ସୁଧିର ଦାସ ସୂଚନା ଦେଇଛନ୍ତି ।ଧୋବା ସାହି ଡ୍ରେନରେ ପୋତି ହୋଇଥିବା ମଇଲା କଢା ଯିବାର ବନ୍ଦୋବସ୍ତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ମ୍ୟୁନସିପାଲଟିର ଧୋବା ସାହି ଦେଇ ଆସୁଥିବା ଡ୍ରେନଟି ମୁଖ୍ୟ ଡ୍ରେନ ହୋଇଥିବାରୁ ଏହାର ପୁନର ଉଦ୍ଧାର ଓ ପୋତି ହୋଇଥିବା ମଇଲା ଯଥାଶୀଘ୍ର କାଢିବାକୁ ସାଧାରଣରେ ଦାବି ହେଉଛି ।