Odiapua.com

କୋରାପୁଟ ମେଡିକାଲ କଲେଜ ପକ୍ଷରୁ କୋଭିଡ ନେଇ ସଚେତନତା ରାଲି

କୋରାପୁଟ ୨୨-୦୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଳେଜ ପକ୍ଷରୁ କୋଭିଡ ଟିକାକରଣ ନେଇ ସଚେତନତା ରାଲି  ଅନୁଷ୍ଠିତ ହୋଇଯାଇଛି ।  ମେଡିକାଲ କଲେଜର କୋଭିଡ ଇନଚାର୍ଜ ତଥା  ମାଇକ୍ରୋବାଇଲୋଜି ବିଭାଗର  ମୁଖ୍ୟ ସୁଶାନ୍ତ କୁମାର ସାହୁ ମୁଖ୍ୟ ଅତିଥିଭାବେ କୋଭିଡ ନେଇ ଲୋକଙ୍କୁ ସଚେତନତା କରିବା ସହ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଟିକା ନେବା ଉଦେଶ୍ୟରେ ଆୟୋଜିତ ଏକ ସଚେତନତା ରାଲିକୁ ପତକା ଦେଖାଇ ଶୁଭାରମ୍ବ କରିଥିଲୋ ଏହି ରାଲି ସହର ପରିକ୍ରମା କରିଶେଷରେ ମେଡିକାଲ କଲେଜ ନିକଟରେ ପହଚିଂଥିଲା । ଏଥିରେ ସହାକାରୀ ପ୍ରଫେସର  ନିର୍ମଳ ଚନ୍ଦ୍ର ସାହୁ,  ସଂଜିବ ଶତପଥିଙ୍କ ସହ ଛାତ୍ର ସଂସଦର ସଭାପତି ଦେବବ୍ରତ ବେହେରା, ଉପସଭାପତି ସୈାରଭ ଅଗ୍ରୱାଲ,  ସଂପାଦକ ଶ୍ରୀନିବାସ ରଥ, ସ୍ୱେଛାସେବୀ କମଲ ରାଥୋଡ ଓ ଶତାଧିକ ଛାତ୍ରଛାତ୍‌୍ରୀ ବ୍ୟାନର ଧରି ସହର ପରିକ୍ରମା କରିଥିଲେ ।