Odiapua.com

କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା ;ପରିବାରବର୍ଗ ମୃତଦେହ ବୋହିକରି ନେଲେ

କୋରାପୁଟ ;ତା୧୮-୦୧-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ମେଡିକାଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଲିଥିଲା ।ଚାଲାଣପୁଟ ଗ୍ରାମର ତ୍ରୀନାଥ ସପାୟାଙ୍କ ମୃତଦେହ ବ୍ୟବଛେଦ ହେବାପରେ ମହାପ୍ରାୟାଣ ଗାଡି ନ ମିଲିବାରୁ ପରିବାରବର୍ଗ ଉତକ୍ଷିପ୍ତ ହୋଇ ମୃତଦେହକୁ ବୋହିକରି ମେଡିକାଲ ଗେଟ ସାମନାରେ ରଖିବାର କିଛି ସମୟ ପରେ ଗାଡି ଆସିବାରୁ ଶବକୁ ସରକାରୀ ଗାଡିରେ ମାଗଣାରେ ନେଇଥିବା ଜଣାପଡିଛି ।ପ୍ରାୟ ୨ ଘ.କାଳ ଶବ କୋରାପୁଟ ଶବ ବ୍ୟବଛେଦ ଘରେ ରହିଥିବା ଅଭିଯୋଗ ହେଉଥିବା ବେଳେ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ କୋରାପୁଟ ଜିଲ୍ଲାପାଳ , କଲେଜ ଅଧିକ୍ଷକ ଓ ମ୍ୟାନେଜର ପ୍ରମୁଖଙ୍କ ବାରମ୍ବାର ମୋବାଇଲରେ ଫୋନ କରି ଗରିବ ପରିବାରକୁ ମାଗଣାରେ ମହାପ୍ରୟାଣ ଗାଡିିର ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ କିନ୍ତୁ ଗାଡି ଆସି ନ ଥିଲା ।ଏପରିକି ଏକ ବେସରକାରୀ ଆମ୍ବୁଲେନ୍ସ ଆସିଥିଲା ସେ ଚଢାଦର ୨୫୦୦ ଟଙ୍କା ପଡିବ ବୋଲି କହିଥିବା ଶ୍ରୀ କାଡାମ ଅଭିଯୋଗ କରିଥିଲେ ।ଗାଡି ନ ଆସିବାରୁ ମୃତଦେହକୁ ପରିବାରଲୋକେ ଶବ ବ୍ୟବଛେଦ ରୁମରୁ ବୋହିକରି ଡାକ୍ତରଖାନା ଗେଟ ସମ୍ମୁଖରେ ରଖିଥିବା ନଜର କରାଯାଇଥିଲା ।ଏହି ସମୟରେ ମହାପ୍ରୟାଣ ଗାଡି ଆସିବାରୁ ନେବାକୁ କୁହାଯାଇଥିଲା କିନ୍ତୁ ପରିବାର ଲୋକେ ଜିଦରେ ଚାଲି ଚାଲି ଓ ବୋହିକରି ମୃତଦେହ ନେବୁ ଜିଦ ଧରିଥିଲେ ।ପରିବାରଲୋକଙ୍କୁ ବୁଝାସୁଝା କରିବା ପରେ ମହାପ୍ରୟାଣ ଗାଡିରେ ମୃତଦେହ ନେଇକରି ଯାଇଥିବା ଦେଖାଯାଇଥିଲା । ରାଜ୍ୟ ସରକାର ଗରିବ ମାନଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ ଗରିବ କୁଂ ମହାପ୍ରୟାଣ ଗାଡି ନ ମିଳିବା ଚିନ୍ତାର କାରଣ ଅଟେ ବୋଲି ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ପ୍ରକାଶ କରିଥିଲେ । କୋରାପୁଟ ଜିଲ୍ଲାର ଆଦିବାସୀମାନଙ୍କୁ ଉପେକ୍ଷା କରାଯାଉଛି ବୋଲି ରାଜପୁତ ପଂଚାୟତର ପୂର୍ବତନ ସରପଂଚ ପତାମ୍ବର କିରସାନି ଅଭିଯୋଗ କରିଥିଲେ ।ଏହା ପୂର୍ବରୁ ଆଜି ସକାଳୁ ମଧ୍ୟ ମହାପ୍ରୟାଣ ପାଇଁ ରାୟଗଡା ଜିଲ୍ଲାର କୋଡିକିତୁଣ୍ଡା ଗ୍ରାମର ମୁତାଇ ମାଝି ଚିକିସôାଧିନ ଅବସ୍ଥାରେ ୩ ଘ.୩୫ ମିନିଟ ସମୟରେ କୋରାପୁଟ ମେଡିକାଲରେ ମୃତ୍ୟୁବରଣ କରିଥିଲେ ।କିନ୍ତୁ ଗାଡି ନ ମିଳିବାରୁ ମ୍ୟାନେଜର ଦେବବ୍ରତ ସାହୁଙ୍କ ସହ କଥାବାର୍ତା ହୋଇଥିଲେ ଓ ମ୍ୟାନେଜର ଜରୁରୀକାଳୀନ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ସକାଳ ୮ଘ.୩୫ ମିନିଟ ସମୟରେ ଏକ ବେସରକାରୀ ଗାଡିରେ ମୃତଦେହ ନେଇଥିଲେ ।

କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ ଓ କଲେଜ ହସପିଟାଲରେ ୨ ଟି ଶବ ବୁହା ଆମ୍ବୁଲାନ୍ସ ରହିଛି ଓ ୨ ଟି ଖରାପ ହୋଇଥିବା ବେଳେ ମହାପ୍ରୟାଣ ଗାଡି ଜୟପୁର ଯାଇଥିଲା ବୋଲି ଅଧିକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧି ପ୍ରକାଶ କରିଥିଲେ ।ମହାପ୍ରୟାଣ ଗାଡି କେତେବେଳେ ଆସିଲା ତାହା ସେ ଜାଣି ନ ଥିବା ପ୍ରକାଶ କରିଥିଲେ ।ଆମ୍ବୁଲାନ୍ସ ପରିଚାଳନା କୋରାପୁଟ ସଦରମହକୁମା ଡାକ୍ତରଖାନାର ଅଧିକ୍ଷକ ପରିଚାଳନା କରୁଥିବା ସେ ସୂଚନା ଦେଇଥିଲେ ।ଏଠାରେ ପ୍ରଶ୍ନ ଉଠୁଛି ଯେ କାହିଁକି ଦୈତଶାସନ ଚାଲିଛି ଯଦ୍ୱାରା ପରିଚାଳନାରେ ବିଭ୍ରାଟ ସୃଷ୍ଟି ହେଉଛି ତାହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।ଗାଡି ଖରାପ ହେବ ପର୍ଯ୍ୟନ୍ତ କାହିଁକି ରଖାଯାଉଛି ଆଗରୁ କାହିଁକି ମରାମତି କରାଯାଉନାହିଁ ଏବଂ ମିନେରାଲ ଫଣ୍ଡରେ ଅଜର୍ସ ଅର୍ଥ ଥିବା ବେଳେ କାହିଁକି ଜିଲ୍ଲାପ୍ରଶାସନ ଆଉ ୨ ଟି ଆମ୍ବୁଲାନ୍ସ କ୍ରୟ କରୁନାହାନ୍ତି ବୋଲି ପୂର୍ବତନ ବିଧାୟକ ଶ୍ରୀ କାଡାମ ପ୍ରଶ୍ନ କରିଥିଲେ ।