Odiapua.com

କୋରାପୁଟ ମାର୍କେଟ କମ୍ପେ୍ଲକ୍ସରେ ପିଣ୍ଡି ନିର୍ମାଣ କାର୍ଯ୍ୟ ଚାଲିଛି

କୋରାପୁଟ ୧୮-୦୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ଚନ୍ଦନପୋଖରୀ ନିକଟରେ ଥିବା ମାର୍କେଟ କମ୍ପେ୍ଲକ୍ସରେ ପିଣ୍ଡି ନିର୍ମାଣ କାର୍ଯ୍ୟ ଚାଲିଥିବା ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତରାୟ ସୂଚନା ଦେଇଛନ୍ତି ।କୋରାପୁଟ ସହରର ବିଭିନ୍ନ ରାସ୍ତା ପାଶ୍ୱରେ ବସୁଥିବା ପରିବା ବିକାଳିମାନଙ୍କୁ ଉକ୍ତ ପିଣ୍ଡିରେ ରଖାଯିବା ପରେ ସେମାନଙ୍କ ନାମ ପିଣ୍ଡି ତଳେ ଲେଖାଯିବ ଓ ସମସ୍ତଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।ନିୟମିତ ଭାବରେ ପରିବା ବିକାଳି ବସିବା ନିମନ୍ତେ ଏକ ସ୍କାର୍ଡ ଗଠନ କରାଯାଇଛି ।ଉକ୍ତ ସ୍କାର୍ଡ ରାସ୍ତା ପାଶ୍ୱରେ ବସୁଥିବା ପରିବା ବିକାଳିଙ୍କୁ ମାର୍କେଟ କମ୍ପେ୍ଲକ୍ସକୁ ଯିବା କୁ ପରାମର୍ଶ ଦେବେ । ଯଦି ପୁନଃବାର ରାସ୍ତା ପାଶ୍ୱର୍ରେ ବସିବେ ତେବେ ଜୋରିମାନା ଆଦାୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।ଶୈାଚାଳୟ ନିର୍ମାଣ କରାଯାଇଥିବା ବେଳେ ସମସ୍ତ ମୈାଳିକ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।୩୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଉକ୍ତ ମାର୍କେଟ କମ୍ପେ୍ଲ୍‌କ୍ସ ନିର୍ମାଣ କରାଯାଇଥିଲା ଓ ପୂର୍ବତନ ସାଂସଦ ଝିନ୍ନ ହିକକା ଏହାକୁ ଉଦଘାଟନ କରିଥିଲେ । ମାଂସ ଦୋକାନ ଓ ପରିବା ବିକାଳିମାନେ ଏହିଠାରେ କିଛି ଦିନ ରହି ବ୍ୟବସାୟ କରୁଥିଲେ ।ପରବର୍ତି ସମୟରେ  କେବଳ ୨ ଟି ପରିବା ବିକାଳି ରହି ବ୍ୟବସାୟ କରୁଥିଲେ ।ଅନ୍ୟ ସ୍ଥାନରେ ଅସାମାଜିକ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହେବା ପରେ ମ୍ୟୁନସିପାଲଟି କର୍ତୂପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଥିଲେ ।ରାସ୍ତା ପାଶ୍ୱର୍ରେ ଥିବା ସମସ୍ତ ପରିବା ବିକାଳିଙ୍କୁ ପୋଲିସ  ସହାୟତାରେ କମ୍ପେ୍ଲକ୍ସକୁ ଆଣିଥିଲେ ।୨ ସପ୍ତାହ ପରେ ପୁନଃବାର ପରିବା ବିକାଳିମାନେ ରାସ୍ତାକଡରେ ରହି ବ୍ୟବସାୟୀ କରିବା ଆରମ୍ଭ କରିଦେଇଥିଲେ ।କୋରାପୁଟ ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ଭାବେ ଶ୍ରୀ ସାମାନ୍ତରାୟ କାର୍ଯ୍ୟରେ ଯୋଗଦେବା ପରେ ରାସ୍ତାକଡରେ ବସୁଥିବା ସମସ୍ତ ପରିବା ବିକାଳି ମାର୍କେଟ କମ୍ପେ୍ଲ୍‌କ୍ସକୁ ଆଣିବା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରୁଛନ୍ତି ।ଏହା ସବୁଦିନ ପାଇଁ ରହିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ସାମନ୍ତରାୟ ଦୃଢୋକ୍ତି ସହ ପ୍ରକାଶ କରିଛନ୍ତି ।