Odiapua.com

କୋରାପୁଟ ମଣ୍ଡଳ କାରାଗାରରେ କାରା ପ୍ରତିଷ୍ଠା ଦିବସ ପାଳିତ

କୋରାପୁଟ ୧୧-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ମଣ୍ଡଳ କାରାଗାରରେ କାରା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।କୋରାପୁଟ ମଣ୍ଡଳ କାରାଗାର ଅଧିକ୍ଷକ  ବିରେନ୍ଦ୍ର ନାଥ ମହାଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।ଏହି ଉପଲକ୍ଷେ ଅନ୍ତେବାସୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ପାଢୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।କାର୍ଯ୍ୟକ୍ରମକୁ ଜେଲର ଗଗନ ବିହାରୀ ସାହୁ ପରିଚାଳନା କରିଥିବା ବେଳେ କାରାଗାରର ସମସ୍ତ କର୍ମଚାରୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।