Odiapua.com

କୋରାପୁଟ ମଣ୍ଡଳ କାରାଗାରରୁ ୨ କଏଦୀ ମୁକ୍ତ ହେଲେ

କୋରାପୁଟ ; ତା୦୫-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ମହାତ୍ମାଗାନ୍ଧି ଜୟନ୍ତି ଅବସରରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଓ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ କୋରାପୁଟ ମଣ୍ଡଳକାରାଗାରରୁ ୨ ଜଣ କଏଦୀଙ୍କୁ ଜେଲରୁ ମୁକ୍ତ କରାଯାଇଥିବା ଜଣାପଡିଛି।ମାଲାକାନଗିରି ଜିଲ୍ଲାର ଅଲେଖଚନ୍ଦ୍ର ମିଶ୍ର ଓ ନବରଗଂପୁର ଜିଲ୍ଲାର ଘାସି ଅମାନତ୍ୟ ଜେଲରୁ ମୁକ୍ତ ହୋଇଥିଲେ ବୋଲି ଜଣାପଡିଛି।ଆଜି ସେମାନେ ନିଜ ନିଜ ଗ୍ରାମକୁ ଯାଇଥିଲେ ବୋଲି ଜଣାପଡିଛି। ମୁକ୍ତ ହେଲି କିନ୍ତୁ ପରିବାର ଭରଣପୋଷଣ କିପରି କରିବି ବୋଲି ଘାସି ଅମାନତ୍ୟ କହିବା ସହ ସରକାର ସାହାଯ୍ୟ କରିବାକୁ ଦାବି କରିଛନ୍ତି। ଘାସି ଅମାନତ୍ୟ ୨ ବର୍ଷ ସଜ୍ଜା କାଟୁଥିବା ବେଳେ ଅଲେଖ ଚନ୍ଦ୍ର ମିଶ୍ର ୩ ବର୍ଷ ସଜ୍ଜା କାଟୁଥିଲେ ବୋଲି କୋରାପୁଟ ମଣ୍ଡଳ କାରାଗାରର ଅଧିକ୍ଷକ ବ୍ରହ୍ମାନନ୍ଦ ସାହୁ ସୂଚନା ଦେଇଛନ୍ତି।ସଜ୍ଜା କୋହଳ କରାଯାଇ ସେମାନକୁଂ ମୁକ୍ତ କରାଯାଇଥିବା ସେ ସୂଚନା ଦେଇଥିଲେ।