Odiapua.com

କୋରାପୁଟ ଭଣ୍ଡାରୀ ସଂଘର ଲୋଗୋ ଉନ୍ନୋଚିତ

କୋରାପୁଟ ୧୯-୦୮(ଅମି)ସ୍ଥାନୀୟ ଟାଉନହଲଠାରେ କୋରାପୁଟ ଭଣ୍ଡାରୀ ସଂଘର ଲୋଗୋ ଉନ୍ନୋଚିତ ହୋଇଯାଇଛି ।ସଂଘର ସଭାପତି କେ.ଶ୍ରୀନୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉନ୍ନୋଚନ ଉତ୍ସବରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଓ କୋରାପୁଟ ବିଧାୟକ ରଘୁରାମ ପଡାଲ ଅତିଥିଭାବେ ଯୋଗଦେଇଥିଲେ ।ମ୍ୟୁନସିପାଲଟି ନିର୍ବାଚନ ପୂର୍ବରୁ ସଂଘକୁ କୋରାପୁଟ ଓ ଜୟପୁର ବିଧାୟକ ୧୦ ଲକ୍ଷ ଟଙ୍କା  ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି ।୧୯ ବର୍ଷ ସଂଘର୍ଷ ପରେ ସଂଘ ପଞିକୃତ ହୋଇଥିବାରୁ କର୍ମକର୍ତାଙ୍କ ଖେଳିଯାଇଥିବା ଜଣାପଡିଛି ।ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି,କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି,କୋରାପୁଟ ମ୍ୟୁନସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟ ,ପୂର୍ବତନ ପୈାରାଧ୍ୟକ୍ଷ ଭଗବାନ ବାହିନିପତି ,କଂଗ୍ରେସ ନେତା ରୁପକ ତୁରୁକ ,ରମେଶ ବାଖ୍ୟା ,ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ ପ୍ରମୁଖ ଉପସ୍ଥିତ ଥିଲେ ।ସଂଘର ସଂପାଦକ ଜି.ଆନନ୍ଦ କୁମାର ,ଉପସଭାପତି ଅଭିମନ୍ୟୁ ବେହେରା ଓ ଅନ୍ୟ ସଦସ୍ୟମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।