Odiapua.com

କୋରାପୁଟ ବ୍ଲକ ଓ ମ୍ୟୁନସିପାଲଟି ସ୍ତରୀୟ ପରବ ମହାସମାରୋହରେ ପାଳିତ

କୋରାପୁଟ ; ତା୧୦-୧୧-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ବ୍ଲକ ଓ ମ୍ୟୁନସିପାଲଟିସ୍ତରୀୟ ପରବ-୧୮ ମହାସମାରୋହରେ ପାଳିତ ହୋଇଯାଇଛି।

କୋରାପୁଟ ବ୍ଲକସ୍ତୟରୀୟ ପରବ ଡୁମୁରିପୁଟ ହାଇସ୍କୁଲ ପରିସରଠାରେ ଆୟୋଜିତ ହୋଇଥିଲା।ବ୍ଲକ ଅଧ୍ୟକ୍ଷା ନମିତା ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀରେ କୋରାପୁଟ ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲାର ଲୁକକାୟିତ ଭାବେ ରହିଥିବା କ୍ରୀଡା ଓ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ପରବର ଲକ୍ଷ୍ୟ ଥିଲା ବୋଲି ପ୍ରକାଶ କରିଥିଲେ।ଏହାଦ୍ୱାରା ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରଗୁଡୁକ ନିଜସ୍ୱ ପରିଚୟ ପାଇ ପାରୁଥିବା ସେ ସୂଚନା ଦେଇଥିଲେ।କୋରାପୁଟର ପୂର୍ବତନ ବିଧାୟକ ରଘୁରାମ ପଡାଲ ଯୋଗଦେଇ ବିକାଶର ଏକ ମାଧ୍ୟମ ପରବ ବୋଲି ମତବ୍ୟକ୍ତ କରିଥିଲେ।କୋରାପୁଟ ଜିଲ୍ଲାପରିଷଦ ଉପସଭାପତି ତୁଲସି କିରସାନି, ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷ ମୁରଲୀ ଖରା, ଜିଲ୍ଲା ପରିଷଦ ସଭ୍ୟା ପାର୍ବତୀ ମସ୍ତି ଓ ପୂର୍ଣ୍ଣିମା ଜାନି, କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା।କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଜିଲ୍ଲାପରିଷଦ ସଭାପତି ପ୍ରଭୁ ଜାନି ପ୍ରମୁଖ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ସୁରେଶ ହୋତା ପରିଚାଳନା କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୈାଦାମିନୀ ପ୍ରଧାନ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

କୋରାପୁଟ ଟାଉନହଲଠାରେ ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀରେ କୋରାପୁଟ ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, କୋରାପୁଟର ପୂର୍ବତନ ବିଧାୟକ ରଘୁରାମ ପଡାଲ ଓ କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ।ଆୟୋଜିତ ସାଂସ୍କୃତିକ ପ୍ରତି ଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।ଏହାପୂର୍ବରୁ ସକାଳୁ ସ୍ଥାନୀୟ ମା ମୁତ୍ୟୁଲାମା ମନ୍ଦିରରୁ ମଶାଳ ଅଗ୍ନିସଂଯୋଗ କରିବା ପରେ ସାଂସ୍କୃତିକ ଓ କ୍ରୀଡାବିତମାନେ ସହର ପରିକ୍ରମା କରିଥିଲେ।ଏହି କାର୍ଯ୍ୟକ୍ରମକୁ ମ୍ୟୁନସିପାଲଟି ଯନ୍ତ୍ରୀ ରମେଶ କୁମାର ମହାରଣା, ସହକାରୀ ଯନ୍ତ୍ରୀ ମନୋଜ ପାତ୍ର, ଅଶୋକ ସାହା, ସୀମା ପଢିହାରୀ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।