Odiapua.com

କୋରାପୁଟ ବ୍ଲକରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ସଂପର୍କିତ କର୍ମଶାଳା

କୋରାପୁଟ ; ତା୧୩-୦୮-୧୮(ଓଡିଆପୁା/ରଂଜନ କୁମାର ଦାସ)କୋରାପୁଟ ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ଓଡିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ସଂପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ସଂପର୍କରେ ବିଡିଓ ସୁଶାନ୍ତ କୁମାର ବାରିକ ଯୋଗଦେଇ ଆଲୋକପାତ କରିଥିଲେ ।ଆସନ୍ତା ସେପ୍ଟେମ୍ବର ମାସ ୩ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବାକୁ ନିଷ୍ପତି ହୋଇଥିବା ବେଳେ ଅକ୍ଟୋବର ମାସ ୨ ତାରିଖରୁ ଉକ୍ତ ଯୋଜନାରେ ଚୟନ ହିତାଧିକାରୀମାନଙ୍କୁ ଚାଉଳ ପ୍ରଦାନ କରାଯିବ ବୋଲି ଜଣାପଡିଛି ।ଏହି କର୍ମଶାଳାରେ ବିଧାୟକଙ୍କ ପ୍ରତିନିଧି ବାବୁଲା ବେନିଆ , ବ୍ଲକ ଉପାଧ୍ୟକ୍ଷ ମୁରଲୀ ଖରା , ଜିଲ୍ଲା ପରିଷଦ ସଭ୍ୟା ପାର୍ବତୀ ମସ୍ତି , ସରପଂଚ ଓ ସମିତି ସଭ୍ୟାମାନେ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ସୁରେଶ କୁମାର ହୋତା ପରିଚାଳନା କରିଥିବା ବେଳେ ବଜାର ନିରୀକ୍ଷକ ନରସିଂହ ବେହେରା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।