Odiapua.com

କୋରାପୁଟ ବିଧାୟକଙ୍କୁ ସମ୍ବର୍ଦ୍ଧନା ଜଣେଇଲେ ପ୍ରେସକ୍ଲବ

କୋରାପୁଟ ; ତା୧୦-୦୬-୧୯(ଓଡିଆପୁଅ/ରଂଜନ କୁମାର ଦାସ) ନବନିର୍ବାଚିତ କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କୁ ପ୍ରେସକ୍ଲବ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି । ।କୋରାପୁଟ ପ୍ରେସ କ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସହୀଦ ଲକ୍ଷ୍ମଣ ନାୟକ କଲେଜ ଓ ହସପିଟାଲରେ ଥିବା ଡାଇଲେସିସ କେନ୍ଦ୍ରଟି ଡାକ୍ତର ଅଭାବରୁ ବନ୍ଦ ହେବାକୁ ଯାଉଛି ଓ ଅନେକ ସମସ୍୍ୟା ରହିଥିବାରୁ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେବାକୁ ବରିଷ୍ଠ ସଭ୍ୟ ରଂଜନ କୁମାର ଦାସ ମତବ୍ୟକ୍ତ କରିଥିଲେ ।କୋରାପୁଟ କଲେଜ ହସପିଟାଲକୁ ବିଧାୟକ ଅଚାନକ ପରିଦର୍ଶନ କରିବାକୁ ସଭ୍ୟ ବିଦ୍ୟା ଚୈାଧୁରୀ ପ୍ରସ୍ତାବ ରଖିଥିଲେ ।ବିଧାୟକ ପରିଦର୍ଶନ କଲେ ରୋଗୀ ସେବା ଠିକ ଭାବେ ଚାଲିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।କୋରାପୁଟ ନିର୍ବାଚନ ମଣ୍ଡଳୀରେ ଶିକ୍ଷା , ସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍୍ୟାର ସମାଧାନ କରିବାକୁ ସଂପାଦକ ଅମିତାଭ ବେହେରା ବିଧାୟକ ଶ୍ରୀ ପଡାଲଙ୍କୁ ଦାବି ଜଣେଇଥିଲେ ।କୋରାପୁଟ ଏକ ବାଇପାସର ନିତାନ୍ତ ଆବଶ୍ୟକ ରହିଥିବା ବେଳେ କାହିଁକି ବିଳମ୍ବ ହେଉଛି ତାହା ତଦାରଖ କରି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ବିଧାୟକ ଚେଷ୍ଟା କରନ୍ତୁ ବୋଲି କୋଷାଧ୍ୟକ୍ଷ ଘନଶ୍ୟାମ ରଥ ମତବ୍ୟକ୍ତ କରିଥିଲେ । ବରିଷ୍ଠ ସଭ୍ୟ ଡି .ଶଙ୍କର ରାଓ ଉପଡୈାକନ ଦେଇ ବିଧାୟକ ଶ୍ରୀ ପଡାଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଏହି ଅବସରରେ ବରିଷ୍ଠ ସଭ୍ୟ ପରିକ୍ଷିତ ବିଶ୍ୱାଲ ,କିଶୋର ଦାଶ , କିର୍ତିଚନ୍ଦ୍ର ସାହୁ ,ପତି ତପାବନ ସାହୁ , ବି.ପଟନାୟକ , ଏସ.ଆଚାର୍ଯ୍ୟ , ମନୋଜ ନାୟକ ,ପ୍ରଶାନ୍ତ କୁମାର ସାମନ୍ତରାୟ ,ସତ୍ୟଜିତ ମହାନ୍ତି ,ଅରୁଣ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।