Odiapua.com

କୋରାପୁଟ ବିଧାନସଭା ଓ ଲୋକସଭା ଆସନ ନିମନ୍ତେ ନାମାଙ୍କନପତ୍ର ଦାଖଲ

କୋରାପୁଟ ୨୫-୦୩ (ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ, ଲକ୍ଷ୍ମିପୁର ଓ ପଟ୍ଟାଙ୍ଗୀ ବିଧାନସଭା ଆସନ ନିମନ୍ତେ ବିଭିନ୍ନ ଦଳର ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡିଛି।କୋରାପୁଟ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଲଲିତ କୁମାର କହଁର ଓ ସହକାରୀ ଉପଜିଲ୍ଲାପାଳ କୁଶଳ ନାୟକଙ୍କ ନିକଟରେ ବିଜେପି, କଂଗ୍ରେସ, ବିଜେଡି ଓ ଅନ୍ୟାନ୍ୟ ଦଳର ୧୮ ଜଣ ପ୍ରାର୍ଥୀ /ପ୍ରାର୍ଥୀନୀ ନାମାଙ୍କନପତ୍ର ଦାଖଲ କରିଥିଲେ।କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେପି ପ୍ରାର୍ଥୀ ତ୍ରୀପୁରାରୀ ଗରଡା, ବିଜେଡି ପ୍ରାର୍ଥୀ ରଘୁରାମ ପଡାଲ, କଂଗ୍ରେସ ପ୍ରାର୍ଥି କୃଷ୍ଣ କୁଲଦୀପ, ବିଏସପି ପ୍ରାର୍ଥି ଭାଗରଥି ପାଟନିଆ ପ୍ରମୁଖ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ଲକ୍ଷ୍ମିପୁର ଆସନ ନିମନ୍ତେ ବିଜେଡି ପ୍ରାର୍ଥୀ ପ୍ରଭି ଜାନି, ବିଜେପି ପ୍ରାର୍ଥି କୁମୁଦ ସାଉଁଦା, କଂଗ୍ରେସ ପ୍ରାର୍ଥୀ କୈଳାସ କୁଲେସିକା, ବିଏସପି ପ୍ରାର୍ଥୀ ଅନିତା ଭତ୍ରା ପ୍ରମୁଖ ନାମାଙ୍କନପତ୍ର ଦାଖଲ କରିଥିଲେ।ପଟ୍ଟାଙ୍ଗି ଆସନ ନିମନ୍ତେ ବିଜେଡିର ପ୍ରତିମ ପାଢୀ, ବିଜେପିର ରାମଚନ୍ଦ୍ର ପାଙ୍ଗୀ, ବିଜେଡି ବିଦ୍ରୋହୀ ପ୍ରାର୍ଥୀ ଚୈତନୀ ନନ୍ଦିବାଲି ପ୍ରମୁଖ ନାମାଙ୍କନପତ୍ର ଦାଖଲ କରିଥିଲେ।କଂଗ୍ରେସ, ବିଜେପି ଓ ବିଜେଡି ଦଳର ପ୍ରାର୍ଥୀମାନେ ପାରମ୍ପରିକ ନୃତ୍ୟସହ ଶୋଭାଯାତ୍ରା କରି କାର୍ଯ୍ୟାଳୟ ନିକଟରେ ପହଂଚିବା ପରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଥିଲେ।ପୋଲିସ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ସ୍ୱାଧିନ ପ୍ରାର୍ଥୀ ଚୈତନ୍ୟ ନନ୍ଦିବାଲି ପ୍ରାୟ ୫ ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରା କରି ନାମାଙ୍କନପତ୍ର ଦାଖଲ କରିଥିଲେ।

କୋରାପୁଟ ଲୋକସଭା ଆସନ ନିମନ୍ତେ ବିଜେଡି ପ୍ରାର୍ଥିନୀ କୈାଶଲ୍ୟା ହିକକା, ବିଜେପି ପ୍ରାର୍ଥି ଜୟରାମ ପାଙ୍ଗୀ, କଂଗ୍ରେସର ପ୍ରାର୍ଥୀ ସପ୍ତଗିରି ଉଲକାଙ୍କ ସହ ଅନ୍ୟାନ୍ୟ ଦଳର୩ ଜଣ ପ୍ରାର୍ଥି ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡିଛି।କୋରାପୁଟ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର କେ .ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିକଟରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଥିଲେ।ଏହି ସମୟରେ ବିଜେଡିର ଜିଲ୍ଲା ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରହୀ, ସାଂସଦ ଝିନ୍ନ ହିକକା, କଂଗ୍ରେସର ମହିଳା ନେତ୍ରୀ ରତ୍ନମଣି ଉଲକା ପ୍ରମୁଖ ଉପସ୍ଥିତ ଥିଲେ।