Odiapua.com

କୋରାପୁଟ ବାର ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ

କୋରାପୁଟ ୩୦-୦୩ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ବାର ଆସୋସିଏସନର ସଂପାଦକ ଓ ଉପସଭାପତି ପଦବୀ ନିମନ୍ତେ କାର୍ଯ୍ୟାଳୟ ପରିସରରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସୁନିଲ ଜେନା ସଂପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ନମିତା ମହାନ୍ତି ଉପ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ବୋଲି ନିର୍ବାଚନ ଅଧିକାରୀ ଗୁପ୍ତେଶ୍ୱର ପାଣିଗ୍ରାହୀ ସୂଚନା ଦେଇଥିଲେ। ଏଥି ପୂର୍ବରୁ ସୁଦର୍ଶନ ଗୌଡ ସଭାପତି ଓ ଗୋପୀନାଥ ମୂର୍ତ୍ତି କୋଷାଧକ୍ଷ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ଓକିଲ ନିତ୍ୟାନନ୍ଦ ମହାନ୍ତି, ସୁଜାତା ନାୟକ ଓ ସୁଜାତା ପାଣିଗ୍ରାହୀ ଯୋଗଦେଇ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ।