Odiapua.com

କୋରାପୁଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ

କୋରାପୁଟ ୦୪-୦୧ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।ସଭାପତି ଅଜିତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଂପାଦକ ମନୋରଂଜନ ରାଉତରାୟ ବିଭିନ୍ନ ପ୍ରସ୍ତାବମାନ ଉପସ୍ଥାପିତ କରିଥିଲେ।କୋରାପୁଟ ସଦର ମହକୁମାରଠାରେ ତୁରନ୍ତ ଏକ ପୃଥକ ସବ-ରେଜିଷ୍ଟ୍ରାର ଅଫିସ ଯେଉଁଥିରେ ଏକ ପୂରା ସମୟ ଦେଉଥିବା ଅଫିସର ସହ ନୂତନ କାର୍ଯ୍ୟାଳୟ ସ୍ଥାପନ କରିବା, କୋଭିଡ-୧୯ ଦୃଷ୍ଟିରୁ ଆସନ୍ତା ତା ୧୮-୦୧-୨୧ରିଖ ଯାଏ କୋର୍ଟ କାର୍ଯ୍ୟ ବନ୍ଦ ରହିବ, ମହକିଲମାନଙ୍କ ପାଇଁ ତହସିଲ କାର୍ଯ୍ୟାଳୟରେ ଏକ ଅପେକ୍ଷାଗୃହ ନିର୍ମାଣ କରିବା, ଆସୋସିଏସନର ଲାଇବ୍ରେରୀ ନିମନ୍ତେ ଏକ ନୂତନ ଗୃହ ନିର୍ମାଣ କରିବା ପ୍ରଭୃତି ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା।ଏଥିନେଇ କର୍ମକର୍ତାମାନେ ସରକାରଙ୍କଠାରେ ଦାବି ଉପସ୍ଥାପନା କରିବା ନିମନ୍ତେ ପ୍ରସ୍ତାବ ଗୃହିତ ହୋଇଥିବା ସଭାପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।ଶେଷରେ ଉପସଭାପତି ନୃପେନ୍ଦ୍ର ନାରାୟଣ ବାଘ ଧନ୍ୟବାଦ ଅର୍ପଣ କରିଥିଲେ।ବୈଠକରେ କୋଷାଧ୍ୟକ୍ଷ ରମେଶ ନାୟକଙ୍କ ସହ ଅନ୍ୟାନ୍ୟ ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ଥିଲେ।