Odiapua.com

କୋରାପୁଟ ଫାୟାର ଷ୍ଟେସନରେ ଚାରା ରୋପଣ

କୋରାପୁଟ ୦୨-୦୭(ଓଡିଆ ପୁଅ /ରଂଜନ ଦାସ) ୭୨ ତମ ବନ ମହୋତ୍ସବ ସପ୍ତାହ ଅବସରରେ କୋରାପୁଟ ଫାୟାର ଷ୍ଟେସନ ପରିସରରେ ଚାରା ରୋପଣ କରାଯାଇଥିବା ଜଣାପଡିଛି ।କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍କୁ କୁମାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ  ନିଜେ ଗୋଟିଏ ଚାରା ରୋପଣ କରି ଶୁଭାରମ୍ଭ କରିଥିଲେ ।ଡେପୁଟି ଫାୟାର ଅଫିସର ବୀରଭଦ୍ର ଟୁଡୁ , କୋରାପୁଟ ଷ୍ଟେସନ ଅଫିସର ସଂଜିବ କୁମାର ବେହେରା , କୋରାପୁଟ ବନାଞଳ ଅଧିକାରୀ  ରୋହିତ କୁମାର ପ୍ରମୁଖ ଯୋଗଦେଇ ଚାରା ରୋପଣ କରିଥିଲେ ।କୋରାପୁଟ ଫାୟାର ଷ୍ଟେସନର କର୍ମଚାରୀ ଓ ସାମ୍ବାଦିକମାନେ ଯୋଗଦେଇ ଚାରା ରୋପଣ କରିଥିଲେ ।ଆମ୍ବ ,ବେଲ ,ନିମ୍ବ ,ବଉଳ ,ଜାମୁକୋଳି , ଚଂପା ଓ ଅନ୍ୟାନ୍ୟ ପ୍ରକାରର ପ୍ରାୟ ୧୫୦ ଚାରା ରୋପଣ କରାଯାଇଥିଲା ।